Breaking News

ଓଡିଆ ବିଶ୍ୱିଦ୍ୟାଳୟରେ ଅନୁଷ୍ଠିତ ଦୁଇ ଦିନିଆ ଓଡିଆ ଭାଷା ସମ୍ମଳନୀ ଉଦଯାପିତ

 


ସାକ୍ଷୀଗୋପାଳ---- ଦୁଇ ଦିନ ଧରି ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶା ପକ୍ଷରୁ ଅନୁଷ୍ଠିତ ଓଡିଆ ଭାଷା ସମ୍ମଳନୀ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ତଥା ପ୍ରଫେସର  ସବିତା ପ୍ରଧାନ ସଭାପତିତ୍ୱ କରିଥିଲେ । ଯୋଗ ଦେଇଥିବା ଅତିଥି ମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରଫେସର ଅନନ୍ତ କିଶୋର ଜେନା । କୁଳପତି ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ମଦ୍ଦିତ କରିଥିଲେ ।  ଓଡିଆ ବିଶ୍ୱିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାଶ, ଅବସରପ୍ରାପ୍ତ  ପ୍ରଫେସର ଗୌରାଙ୍ଗ ଚରଣ ଦାଶ ସାରାଳା ଦାସଙ୍କ ମହାଭାରତର ଭାଷା ସମ୍ପର୍କରେ ଆଲେଚନା କହିଥିଲେ । ନିର୍ଦ୍ଦେଶ ଶାସ୍ତ୍ରୀୟ ଭାଷା ଉତ୍କର୍ଷର କେନ୍ଦ୍ରର ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଶାସ୍ତ୍ରୀୟ ଓଡିଆ ଭାଷାର ଅସ୍ମିତା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ପ୍ରଫେସର ହରପ୍ରସାଦ ମିଶ୍ର ଯୋଗ ଦେଇ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଓଡିଆବ୍ୟାକରଣର ବର୍ଣ୍ଣ ବିଚାର ସମ୍ପର୍କରେ ମତ ପ୍ରକାଶ କରିଥିଲେ ।ସେହିପରି ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ସନ୍ତୋଷ କୁମାର ରଥ ଓଡିଆ ଉପଭାଷା ଉପଯୋଗିତା ସମ୍ପର୍କରେ ମତ ରଖିବା ପରେ ଅବସରପ୍ରାପ୍ତ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର ଆଜିର ଦିନରେ କମ୍ପ୍ୟୁଟରୀ କରଣ ଓଡ୍ରିଆ ଭାଷା ସମ୍ପର୍କରେ ନିଜସ୍ୱ ମତ ପ୍ରକାଶ କରିଥିଲେ ।  ଅଧ୍ୟାପକ  ସଂଗୀତା ଜେନା ଧନ୍ୟବାଦ ଦେଇଥିଲେ ।    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୪----୮,୨୦   Sakhigopal News, 23/1/2024

Blog Archive

Popular Posts