ଜାତୀୟ ମତଦାତା ଦିବସ ପାଳିତ
ଭଞ୍ଜନଗର--- ଭଞ୍ଜନଗର ଉପଖଣ୍ଡସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ଗୁରୁବାର ସ୍ଥାନୀୟ ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ଭୋଟର(ମତଦାତା) ମାନଙ୍କ କର୍ତ୍ତବ୍ୟ ଓ ଭୁମିକା ବାବଦରେ ବକ୍ତବ୍ୟ ରଖିଥିଲେ।ଦେଶର ଗଣତାନ୍ତ୍ରିକ ପରମ୍ପରା ର ମର୍ଯ୍ୟାଦା ବଜାୟ ରଖିବା ତଥା ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମା କୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି,ଧର୍ମ,ବର୍ଣ୍ଣ,ଗୋଷ୍ଠୀ ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିର୍ବାଚନ ରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସମସ୍ତେ ସଂକଲ୍ପ ନେଇଥିଲେ।
ଅତିରିକ୍ତଉପ ଜିଲ୍ଲାପାଳ ବିଶ୍ବରଞ୍ଜନ କର,ଡେପୁଟି କଲେକ୍ଟର ଦିପ୍ତିମୟୀ ପ୍ରଧାନ,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ,ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବାମିତ୍ର ହରପାଲ୍,ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ୧୨ ଜଣ ଶ୍ରେଷ୍ଠ ବିଏଲଓ ଓ ସୁପରଭାଇଜଙ୍କୁ ପୁରସ୍କୃତ କରାଯାଇଥିଲା।ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧/୨୦୨୪---୮,୫୦ Sakhigopal News,25/1/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧/୨୦୨୪---୮,୫୦ Sakhigopal News,25/1/2024