ବ୍ରାଉନ ସୁଗାର ବେପାରୀଙ୍କ ଉପରେ ଏସଟିଏଫ ଛାଟ, ୭୪ଲକ୍ଷ ୭୫ ହାଜର ଟଙ୍କାର ସମ୍ପତ୍ତି ବଜ୍ୟାପ୍ତ
ଜଟଣୀ--
ଦୀର୍ଘ ବର୍ଷ ଧରି ଜଟଣୀ ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଜଣେ କୁଖ୍ୟାତ ବେପାରୀ ଉପରେ ଏସଟିଏଫ କଡା କାର୍ଯ୍ୟାନୁଷ୍ଠାନ ନେଇଛି । ସମ୍ପୃକ୍ତ ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବାକୁ ଆରମ୍ଭ ହେଲା ପ୍ରକ୍ରିୟା । ସୂଚନା ମୁତାବକ ଜଟଣୀ ଥାନା ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ ଓରଫ ଶିବୁ ଜଣେ ପେସାଦାର ବ୍ରାଉନ ସୁଗାର ବେପାରୀ | ରାଜ୍ୟର ବିଭିନ୍ନ ସ୍ଥାନରୁ ପାଉଡର ଆଣି ଜଟଣୀ,ଖୋର୍ଦ୍ଧା, ଭୁବନେଶ୍ୱର, ପିପିଲି ଇତ୍ୟାଦି ଅଞ୍ଚଳରେ ଚୋରା ନିଶା କାରବାର କରିଥାଏ |ବିଶେଷ କରି କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ଟାର୍ଗେଟ କରି ସେହି ଅଞ୍ଚଳରେ ନିଜର ବ୍ରୋକର ମାନଙ୍କୁ ଲଗାଇ ପାଉଡର କାରବାର କରିଥାଏ |ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ବିଭିନ୍ନ ଅପରାଧିକ କାଣ୍ଡ ଘଟାଇ ଆସୁଥିଲା |ଯେଉଁଥିପାଇଁ ଶିବୁ କୁ ପୋଲିସ ବାରମ୍ବାର ଗିରଫ କରି କୋର୍ଟ ଚାଲାଣ କରିଥାଏ |କିନ୍ତୁ କିଛିଦିନ ଗଲାପରେ ବେଲରେ ଆସି ଶିବୁ ପୁନର୍ବାର ତାର ନିଶା କାରବାର ଚାଲୁ ରଖୁଥିଲା |ଯାହା ଉପରେ ଏସଟିଏଫ ନଜର ରହିଥିଲା |ଦୀର୍ଘ ବର୍ଷ ପାଉଡର ବେପାର କରିବା ପରେ ଗତ ୨୦୨୨ ଜାନୁଆରୀ ୨୫ ରେ ଶିବକୁ କ୍ରାଇମବ୍ରାଞ୍ଚ୍ ର ଏସଟିଏଫ ଗିରଫ କରିବା ସହ ତା ନିକଟରୁ ୩.୧କେଜି ବ୍ରାଉନସୁଗାର,୩ ବିଦେଶୀ ବନ୍ଧୁକ, ୭ ମାଗାଜିନ୍, ୪୩ ରାଉଣ୍ଡ ଗୁଳି ସହ ୬୫ ଲକ୍ଷ ୩୨ ହାଜର ୨ ଶହ ଟଙ୍କା ଜବତ କରିଥିଲା ।ଏହି ମାମଲାରେ ଶିବକୁ ମିଶେଇ ୬ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ |ତେବେ ଶିବ ଉପରେ ଅଙ୍କୁଶ ଲଗାଇବାକୁ କ୍ରାଇମ ବ୍ରାଞ୍ଚ ଏସଟିଏଫ ଜବତ ଟଙ୍କା ଓ ବ୍ୟାଙ୍କ୍ ଜମାକୁ ବାଜ୍ୟାପ୍ତି କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲା | କୋର୍ଟ ରୁ ଅନୁମତି ପରେ କ୍ରାଇମବ୍ରାଞ୍ଚ ଏସଟିଏଫ ଶିବୁର ୭୩ଲକ୍ଷ ୭୫ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସମ୍ପତ୍ତି ବାଜ୍ୟାପ୍ତି କରିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କ ଉପରେ ମଧ୍ୟ କଡା କାର୍ଯାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚାଲିଥିବା ଏସଟିଏଫ ଅଧିକାରୀ କେକେ ପାଣିଗ୍ରାହୀ ସୂଚନା ଦେଇଛନ୍ତି | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧/୨୦୨୪----୮,୨୫ Sakhigopal News,21/1/2024
୍