ଓଡିଆ ବିଶ୍ୱବିଦ୍ୟାଳୟ ଆଜି ଉଦଘାଟିତ ହେବ; ରଙ୍ଗିନିଫୁଲ ଓ ରଙ୍ଗିନି ଆଲୋକମାଳରେ ସଜେଇ ହୋଇଛି ଓଡିଆ ବିଶ୍ୱବିଦ୍ୟାଳୟ
ସାକ୍ଷୀଗୋପାଳ---- ବହୁ ପତୀକ୍ଷିତ ପରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ ଉଦଘାଟିତ ହେବ । ଏହାକୁ ନେଇ କଳ୍ପନା ଜଳ୍ପର ଅନ୍ତ ଘଟିଛି । ପ୍ରାୟ ୯ ଏକର ଜମି ଉପରେ ଏହି ବିଶ୍ୱବିଦ୍ୟାଳୟ ଠିଆ ହୋଇଛି । ବିଶ୍ୱବିଦ୍ୟାଳୟ ରଙ୍ଗବେରଙ୍ଗ ଫୁଲ ସହିତ ରଙ୍ଗିନି ଆଲୋକ ମାଳାରେ ସଜେଇ ହୋଇଛି । ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ଓଡିଆ ବିଶ୍ୱିବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ବୋଲି ଜଣାପଡିଛି । ଏହି ଅବସରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଏକ ସଭାର ଆୟୋଜନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ଏଡିଏମ କୌଳାସ ଚନ୍ଦ୍ର ନାୟକ, ଓଡିଆ ବିଶ୍ୱବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାଶ, ଭୂଅର୍ଜନ ଅଧିକାରୀ ପୁରୀ ପ୍ରଶାନ୍ତ କୁମାର ଜେନା, ଓବିସିସିର ଡିଜିଏମ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ସତ୍ୟବାଦୀର ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସତ୍ୟବାଦୀ ଆରଆଇ ଶ୍ରାମସୁନ୍ଦର ପୂତ୍ତି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଓଡିଆ ବିଶ୍ୱିଦ୍ୟାଳୟର କାମ ଦେଖିବା ସହ ସଭାସ୍ଥଳ ବୁଲିକି ଦେଖିଥଲେ । ଓଡିଆ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରବାସ, ଛାତ୍ରୀବାସ ଓ ବିଦ୍ୟାର୍ଥୀ ଛାତ୍ରବାସ, ୮ଟି କ୍ଳାସରୁମ, ଇ-ଲାଇବେରୀ, ଲାଇବେରୀ, ପ୍ରଶାସନିକ ଭବନ ସହ କ୍ୟାଣ୍ଟିନି ରହିଥିବା ଓଡିଆ ବିଶ୍ୱବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାଶଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୪----୮,୧୦ Sakhigopal News, 23/1/24