କୃଷି ବିଜ୍ଞାନ କେନ୍ଦ୍ରରେ ଛତୁମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟନ ସହିତ କୃଷକ ନିବାସ ପାଇଁ ଭିତ୍ତି ପ୍ରସ୍ତର
ସାକ୍ଷୀଗୋପାଳ----- ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ବ୍ଳକ ଛକ ନିକଟରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପୁରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ରକୁ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏକ ୯୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ କୃଷକ ନିବାସର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କରାଯାଇଥିବା ମା ମାଙ୍ଗଳା ପୋଷଣ ବଗିଚା ଦେଖି ବହୁ ଖୁସି ପ୍ରକାଶ କରିଥିଲେ । ୬୦ ଫୁଟ ଗୋଲାକାର ଜମିରେ କିପରି ପରିବା, ଶାଗ ଜାତୀୟ, ମୂଳ ଜାତୀୟ ପନି ପରିବା ଚାଷ କରାଯାଇଛି । ଯାହାକି ଏକ ଚୋଟ ପରିବାର ନିଜର ପନିପରିବା ଚାଷ କରି ନିଜର ପରିବାର ପୋଷି ପାରିବ । ସେହିପରି ଫାର୍ମ ପରିସରରେ ଥିବା ବିଭିନ୍ନ ଚାଷ ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲେଚନା କରିଥିଲେ । ବହୁ ଶିଘ୍ର ପ୍ରଭୁ ଜଗନ୍ନାଥଙ୍କ ପାଇଁ ପଦ୍ମ ଓତୁଳସୀ ବଗିଚା କରାଯିବ ବୋଲି କୃଷି ବିଜ୍ଞନେ କେନ୍ଦ୍ରର ମୁଖ୍ୟ ଡ. ସୂର୍ଯ୍ୟନାରାୟଣ ମିଶ୍ରଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ କୃଷି ସମ୍ପସାରଣ ଅଧିକ୍ଷଙ୍କ ପ୍ରଫେସର ପ୍ରସନ୍ନଜିତି ମିଶ୍ର, ଗବେଷଣା ଅଧ୍ୟକ୍ଷ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁଙ୍କ ସହିତ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ, ଅମ୍ବିକା ପ୍ରସାଦ ନାୟକ, ବୈଜ୍ଞାନିକ ଡ. ସୁମିତ୍ରା ଆଚାର୍ଯ୍ୟ, ବୈଜ୍ଞାନିକ ଡ. ଦିପଶିଖା ପରମଜିତ, ଡ, ସାର୍ଥକ ପଟ୍ଟନାୟକ, ରାଜେଶ କୁମାର ମହାପାତ୍ର ଓ ବିଷ୍ଣୁପ୍ରସାଦ ଦାଶପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୪----୮,୧୦ Sakhigopal News, 23/1/2024