ୟୁବି ହାଇସ୍କୁଲର ଶିକ୍ଷକଶ୍ୟାମା ପ୍ରସାଦ ମିଶ୍ର ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଭଞ୍ଜନଗର- ଭଞ୍ଜନଗର ହାଇସ୍କୁଲ ରୂପାନ୍ତର ପ୍ରକ୍ରିୟା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ।
ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସମଗ୍ର ଓଡ଼ିଶାର ପୁରପଲ୍ଲୀ କି ସହର ସମସ୍ତ ଉଚ୍ଚ ବିଦ୍ୟାଳୟର ରୂପରେଖ ବଦଳି ଯାଇଛି । ପୁରାତନ ବିଦ୍ୟାଳୟ ନୂତନତ୍ବର ସ୍ପର୍ଶରେ ନବକଳେବର ଲଭିବା ସହ ସରକାର ଓ ମୋ ସ୍କୁଲ ଅଭିଯାନର ମିଳିତ ପ୍ରୟାସ ଜାରି ରହିଛି। ବର୍ତ୍ତମାନ ଶିଶୁ, ଶିକ୍ଷକ, ଶିକ୍ଷାୟତନ, ଗୋଷ୍ଠୀ ଓ ପ୍ରଶାସନ କୁ ଉତ୍ସାହିତ କରିବା ନିମନ୍ତେ ଆରମ୍ଭ କରାଯାଇଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।
ପ୍ରଥମ ଥର କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଇଂରାଜୀ ଭାଷା ବିଷୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ସେ ଆଜି ଭୁବନେଶ୍ୱରରେ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି । ଯାହାକି ଏହି ଅଞ୍ଚଳରେ ଓ ମିଶ୍ର ସାର୍ ଙ୍କ ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ଶ୍ରୀ ମିଶ୍ରଙ୍କ ସଫଳତାରେ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧/୨୦୨୪---୮,୪୫ Sakhigopal News,31/1/2024