>>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • ସାକ୍ଷୀଗୋପିନାଥ ମନ୍ଦିର ବେଢ଼ାରେ ମକର ଚାଉଳର ବାସ୍ନାରେ ମହକିଲା ମନ୍ଦିର ଚତୁପାଶ୍ୱ





    ସାକ୍ଷୀଗୋପାଳ --- ହିନ୍ଦୁ ଶାସ୍ତର ମତ ଅନୁସାରେ ବିବାହିତ ଝିଅ ମାନେ ପୁଷ ମାସରେ ବାପଘରକୁ ଯାଇଥାନ୍ତି । ଘରୁ ଫେରିବା ସମୟରେ ସାଙ୍ଗରେ ଭାର ଧରି ଆସିଥାନ୍ତି ।ପୁରାଣ ଶାସ୍ତ ମତ ଅନୁସାରେ ପୁଷମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି ।   ମାସାନ୍ତ ଦିନ ମହାଲକ୍ଷ୍ମୀ ବାପ ଘରୁ ମନ୍ଦିରକୁ ଫେରିଥାନ୍ତି । ବାପ ଘରୁ ଫେରିବା ସମୟରେ ସାଙ୍ଗରେ ନାନା ଭାର ଆଣିଥାନ୍ତି । ସେହି ଭାରରେ ନୂଆ ଅରୁଆଚାଉଳ, ପାଚିଲା କଦଳୀ, ଶାକର, ନବାତ, ଛେନା ଘିଅ, ମହୁ , କ୍ଷୀର, ସର ଲବଣୀ,ନଡିଆ,ଫଳମୁଳ,  ଧନୁମୁଆଁ , ଠାକୁରଙ୍କ ପାଇଁ ନୂତନ ବସ୍ତ୍ର , ତୁଳସି ଓ  ଫୁଲମାଳ ରହିଥାଏ । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ବର୍ଷସାରା ଲୁଖିଲି ଭୋଗ ବା ଗହମ ଗୁଣ୍ଡରେ ପ୍ରସ୍ତୁତ କାକେରା, ଡାଳିମ୍ବ, ଖେଳି, ସରପୁଳି, ଗହମ କ୍ଷୀରି, ଛତୁ, ଲୁଣିଖୁରୁମା, ମଭଜଲଡୁ, ଅମାଲୁ, ଜଗନ୍ନାଥ ବଲ୍ଲଭ, ପଇଡ, ଖଇକୋରା, ପାଚିଲା କଦଳୀ, ବଡପିଠା ଆଦି , ଛେନା, କ୍ଷୀର, ଲବଣି ଶୁଖିଲା ଭୋଗ ପ୍ରଦାନ କରାଯାଇଥାଏ । ମାତ୍ର ବର୍ଷକୁ ଥରେଏହି ମକର ସଂକ୍ରାନ୍ତିରେ ଚାଉଳ ଭୋଗ ଲାଗି କରାଯିବାର ପରମ୍ପରା ରହି ଆସିଛି । ମନ୍ଦିର ପକ୍ଷରୁ ଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ନୁଆ ଅରୁଆ ଚାଉଳରେ ମକର ଭୋଗ ପ୍ରସ୍ତୁତି କରାଯାଇଥାଏ ।   ମକର ବେଡା ଅନ୍ତେ ଅପରାହ୍ନରେ ସର୍ବସାଧାରଣ ଠାକୁରଙ୍କୁ ମକର ଚାଉଳ ଭୋଗ ନୈବେଦ୍ୟ କରିବାର ପରମ୍ପରା ରହିଆସିଛି ।  ପରମ୍ପରା ଅନୁଯାୟୀ  ଗମ୍ଭିରାରେ ପାଣି ପଡିବା ପରେ ଦଧି, ରୂପା ପାତ୍ରରେ ନଳିପାନ, ମକରଚାଉଳ, ଶାକର ଦ୍ୱିପହର ଧୂପରେ ଚାରିଗୋଟି ବେଢ଼ା କରାଯାଇଥିଲା । ପରେ ପରେ ମନ୍ଦିର ଚୁଡାରେ ନୂତନ ପତକା   ବନ୍ଧା ଯିବା ପରେ ଦ୍ୱୀପହର ଧୂପ କରାଯାଇ  ଦୁବ, ନୂତନ ଚାଉଳ, ନଡିଆ ସହିତ ସାତ ଆଳତି କରାଯାଇ ମକରଚାଉଳ ଭୋଗ ସେବାୟତ ମାନେ  ନୀତି କରିଥାନ୍ତି  ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ଠାରୁ ସୁଚନା ମଳିଛି  । ପୂଜାପଣ୍ଡା ଓ ପାଳିଆପତି ସେବକ ବଳି ଆଟିକାରେ ମକର ଚାଉଳ ନେଇ ନବାଙ୍କ ସ୍ଥାନରେ ପ୍ରଦାନ କରିଥିଲେ ।  ତାପରେ ଶ୍ରଦ୍ଧାଳୁ ଓ ମାନସିକ ଧାରିମାନେ ମକର ଚାଉଳ ଭୋଗ କରିବାର ପରିମ୍ପରା  ରହିଛି ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ମକର ସଂକ୍ରାନ୍ତିରେ ଠାକୁରଙ୍କୁ ନୂଆ ଚାଉଳରେ ଭୋଗ ଲଗାଯାଇଥାଏ । ବର୍ଷକୁ କିଛି ସମୟ ପାଇଁ ଠାକୁରଙ୍କୁ ଚାଉଳ ଭୋଗ ଦେବା ସୁଯୋଗ ମିଳୁଥିବାରୁ  ଆଖପାଖ ପଞ୍ଚୁକୋଷି ଅଞ୍ଚଳର ଭକ୍ତ ମାନଙ୍କର ଗହଳି ପରିଲିକ୍ଷିତ ହୋଇଥିଲା । ନୁଆହାଣ୍ଡିରେ ନୁଆ ଅରୁଆଚାଉଳ, ଧନୁମୁଆଁ, ନଡିଆ, ପାଚିଲା କଦଳୀ, କ୍ଷୀର, ଛେନା, ସର, ଲବଣୀ, ରସାବଳି,ଖୁଆ, ଭଲଘିଅ,  ଚିନି, ଗୁଡ, ଅଦା, କାଜୁ, ଖସିମିଶି , କର୍ପୁର, ଖଟାକମଳା, ଅଳେଇଚ, ଗୋଳମରିଚ ଓ ଫଳମୂଳ ଆଦି ମିଶ୍ରଣରେ ପ୍ରସ୍ତୁତି ମକର ଚାଉଳ ଭୋଗ  ସହିତ କିଛି ଭକ୍ତ ମାନେ ଚୁଡାଘଷା  ମନ୍ଦିର ବେଡାରେ କରି ଠାକୁରଙ୍କୁ ଭୋଗ  କରିଥିବାର ଦେଖାଯ।।ଇଥିଲା । ମକରଚାଉଳ ପ୍ରସ୍ତୁତି ସାମଗ୍ରୀ ବିକୟ କରିବା ପାଇଁ ମନ୍ଦିର ସମ୍ମୁଖରେ ବ୍ୟବସାୟୀ ମାନେ ପସାର ଖୋଲିଥିଲେ ।  ମକର ଭୋଗ ପାଇବା ପାଇଁ ଭକ୍ତ ମାନଙ୍କର ଆଗ୍ରହ ରହିଥିବାରୁ ଭୋଗ ପ୍ରସ୍ତୁତି କରିପାରୁନଥିବା ଭକ୍ତ ମାନେ ପ୍ରସାଦ ପାଇବା ପାଇଁ ସେବାୟତ ମାନଙ୍କଠାରୁ ମକର ଚାଉଳ ସଂଗ୍ରହ କରିଥିବାର ଦେଖାଯାଇଥିଲା । ସେହିପରି ସୁଆଣ୍ଡୋର ଶ୍ରୀରାଧାବିନୋଦ ବିହାରୀ, ବିଶ୍ୱନାଥପୁର, ଶ୍ରୀରାମଚନ୍ଦ୍ରପୁର, ନୂଆଗାଁ, ସୁଆଣ୍ଡୋ, ବଳପୁର, ଶ୍ରୀରାମଚନ୍ଦ୍ରପୁର, ବୀରରାମଚନ୍ଦ୍ରପୁର, ଅଳଗୁମ ଆଦି ଗ୍ରାମ ମାନଙ୍କରେ ଥିବା ଶୈବ , ମହାବୀରି ଓ ବିଷ୍ଠୁଙ୍କ ମନ୍ଦିର , ମଠ ଗୁଡିକରେ ମକର ଚାଉଳ ଭୋଗ କରାଯାଇଥିଲା । ଘରେ ଘରେ ମଧ୍ୟ ମକର ଭୋଗ ପ୍ରସ୍ତୁତି କରାଯାଇ ଇସାଣ ଓ ଘର ଠାକୁରଙ୍କୁ ଭୋଗ କରାଯିବା ପରେ ସାହି ପଡିଶାରେ ବଣ୍ଟାଯିବାର ଦେଖାଯାଇଥିଲା ।


     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୪---୭,୧୦    Sakhigopal News, 15/1/2024

    Blog Archive

    Popular Posts