Breaking News

ଦୁଇଟି ବେସରକାରୀ ଶିକ୍ଷା ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ


ଜଟଣୀ --ସ୍ଥାନୀୟ ରେଲୱେ ଇନଷ୍ଟିଚ୍ୟୁତ ଠାରେ ଓଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ହାଟବଜାର ଏବଂ ବରପଦା ସ୍ଥିତ ମା'ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଦୁଇ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ l ସେଥି ମଧ୍ୟରେ "ପରୀ'କ୍ଷୁଦ୍ର ନାଟକଟି ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଇପାରିଥିଲା l ଆଜିର ସମାଜରେ ଛୋଟ ଛୋଟ ଶିଶୁ କନ୍ୟାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଆଧାରିତ ହୋଇଥିଲା l ଏହି ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀ ଛାତ୍ର ଅର୍ଚ୍ଚିତ ବାରିକ ଏବଂ ଛାତ୍ରୀ ପ୍ରତ୍ୟୁଷା ପରିଡା l ପଞ୍ଚମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ମହାରଥୀ ମେଧାବୃତ୍ତି ପରୀକ୍ଷାରେ କୃତୀତ୍ବ ହାସଲ କରିଥିବାରୁ ବିଦ୍ୟା ମନ୍ଦିର ତରଫରୁ ପୁରସ୍କୃତ କରାଯାଇଥିଲା l ଏହି ସାଂସ୍କୃତିକ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ରାକେଶ କୁମାର କଲେଟ, ସିଆରସି ମାନଗୋବିନ୍ଦ ସାହୁ ଏବଂ କୈଳାସ ଚନ୍ଦ୍ର ସୁବୁଦ୍ଧି ମହୋଦୟ ଯୋଗଦାନ କରିଥିଲେ l ପ୍ରଧାନ ଗୁରୁଜୀ ହିମାଂଶୁ ଶେଖର ବାରିକ ମଞ୍ଚ ପରିଚାଳନା କରିଥଲେ । ରଙ୍ଗନାଥ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଗୁରୁମା ଅମିଶା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ଗୁରୁମା ମାନେ  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ  l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧/୨୦୨୪---୬,୩୦ Sakhigopal News,14/1/2024

Blog Archive

Popular Posts