Breaking News

ଦଶପଲ୍ଲା ରେଲୱେ ଷ୍ଟେସନରେ ସରଂକ୍ଷିତ ଏବଂ ଅଣ ସରଂକ୍ଷିତ ଟିକେଟ କାଉଣ୍ଟର ଉଦଘାଟିତ




ଜଟଣୀ --ପୂର୍ବତଟ ଖୋର୍ଦ୍ଧାରୋଡ ମଣ୍ଡଳର ଦଶପଲ୍ଲା ରେଲୱେ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (UTS) – ସହିତ-ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ (PRS) ଟିକେଟ୍ କାଉଣ୍ଟରର ଖୋଲାଯାଇଛି। ରେଳମନ୍ତ୍ରୀ ଦେଇଥିବା ପ୍ରତିଶୃତି ୧୦ -ଦିନ ମଧ୍ୟରେ ପୂରଣ ହୋଇଛି । ଯାତ୍ରୀମାନେ ଏବେ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ୍ ସହିତ, ଯେକୌଣସି ଷ୍ଟେସନଠାରୁ ଯେକୌଣସି ଷ୍ଟେସନ ପର୍ଯ୍ୟନ୍ତ ସମସ୍ତ ଟ୍ରେନର ସଂରକ୍ଷିତ ଟିକେଟ୍ ମଧ୍ୟ ବୁକ୍ କରିପାରିବେ  । ଜାନୁୟାରୀ ୬ରେ ଦଶପଲ୍ଲା ରେଲୱେ ଷ୍ଟେସନର ଉଦଘାଟନ ସମୟରେ ଜନସାଧାରଣ ଦାବୀ କରିଥିଲେ ଟିକେଟ କାଉଣ୍ଟର ପାଇଁ । ଯାହା ଆଜି ପୂରଣ ହୋଇଛି। ବର୍ତ୍ତମାନ ଦଶପଲ୍ଲା ରେଲୱେ ଷ୍ଟେସନରେ ଏହି UTS ଏବଂ PRS ଟିକେଟ୍ କାଉଣ୍ଟର ରେ ଯାତ୍ରୀମାନେ ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ଟିକେଟ୍ କ୍ରୟ କରିପାରିବେ । ସଂରକ୍ଷିତ ଟିକେଟ୍ ସୁବିଧା ରବିବାର ବ୍ୟତୀତ ସକାଳ ୮ ଘଣ୍ଟାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିନରେ ଉପଲବ୍ଧ ହେବ ବୋଲି ଜଣାପଡିଛି। ଅଣସଂରକ୍ଷିତ ଓ ସଂରକ୍ଷିତ ଟିକେଟ୍ ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବବୋଲି ଅଧିକାରୀଙ୍କ ଠାରୁ ସୁଚନା ମିଳିଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧/୨୦୨୪---୭,୧୦ Sakhigopal News,17/1/2024

Blog Archive

Popular Posts