Breaking News

ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ବିବେକାନନ୍ଦ ଜୟନ୍ତୀ ପାଳନ ଓ କମ୍ବଳ ବଣ୍ଟନ, ବୃକ୍ଷ ରୋପଣ


ସାକ୍ଷୀଗୋପାଳ ---ଯୁବମାନସ ର ପ୍ରେରଣା ର ଉତ୍ସ, ଭାରତବର୍ଷର ସ୍ୱର୍ଣିମ ଇତିହାସଧାରି, ସନାତନ ସଂସ୍କୃତି ର ଶ୍ରେଷ୍ଟ ପ୍ରଚାରକ, ବଙ୍ଗଭୁମୀ ର ଗୌରବ ତଥା ଭାରତମାତା ର ସୁଯୋଗ୍ୟ ସନ୍ତାନ,  ବିଶ୍ଵ ବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କ ୧୬୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।  ଏହି ଅବସରରେ ସେହି ଉଦୀୟମାନ ମହାପୁରୁଷ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି "ଭାରତ ବିକାଶ ପରିଷଦ", ସତ୍ୟବାଦୀ ଶାଖା ତରଫରୁ  ସତ୍ୟବାଦୀ ବ୍ଲକ ମଧୁବନ ପଞ୍ଚାୟତର ଡାହାଣ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏକ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳନ କରାଯାଇ ଛାତ୍ର ଛାତ୍ରୀମାନଙ୍କୁ ଦେଶ ପ୍ରେମରେ ଜାଗ୍ରତ ରହିବାକୁ ଆହ୍ୱାନ ଦିଆଯାଇଥିଲା । ଦ l ଏହାପରେ ଅଳଗୁମ-କଣାସ ରାସ୍ତାରେ ବୃକ୍ଷ ରୋପଣ କରାଯାଇଥିଲା l ଏହି ଅବସରରେ ଡାହାଣ, ହାଟପଦା ଓ ବାଲିକୁଦ ଗ୍ରାମର ବୟୋଜ୍ୟେଷ୍ଠ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଓ ଅସହାୟ ଲୋକଙ୍କୁ ସମ୍ମାନୀତ କରାଯିବା ସହ ଶୀତବସ୍ତ୍ର କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।  ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ଭାରତ ବିକାଶ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତ ର ସଭାପତି ସତ୍ୟବାଦୀ ଦାସ, ଓଡିଶା ପୂର୍ବ ପ୍ରାନ୍ତ ର ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ସତ୍ୟବାଦୀ ଶାଖା ର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ସଚିବ ନବଘନ ଶତପଥି, ଅର୍ଥ ସଚିବ ବିଜୟ କୁମାର ପରିଡା, ପୃଷ୍ଠ ପୋଷାକ ସୁନାକାର ପତି, ବୃନ୍ଦାବନ ରଥ, ଉପସଭାପତି ଵିଷ୍ଣୁ ମହାରଣା, ସଂଗଠନ ସଚିବ ସୁନୀଲ କୁମାର ବେହେରା, ମହିଳା ସଂଯୋଜିକା ରିତା ତ୍ରିପାଠୀ, ଅନଡା ସୁଆର, ଚିନ୍ମୟୀ ରଥ, ବ୍ରହ୍ମହନାନ ମହାରଣା, ଦେବରାଜ ନାୟକ, ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ବିକ୍ରମ କୁମାର ପରିଡା, ଅକ୍ଷୟ ବରାଳ ଓ ହରିହର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ l ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୪--୬,୨୦ Sakhigopal News,13/1/2024

Blog Archive

Popular Posts