ଶ୍ରୀରାମଚନ୍ଦ୍ରପୁର ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଅବସ୍ଥିତ ଶ୍ରୀରାମଚନ୍ଦ୍ରପୁର ହାଇସ୍କୁଲ ଓ ନୋଡାଲ, ଏନ,ୟୁ,ପି,ଏସ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏନ,ୟୁ,ପି,ଏସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମିଶ୍ର କ୍ରୀଡା ପତାକାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ବେହେରା, ସମିତିସଭ୍ୟ ଅମିତା ବେହେରା, ଶ୍ରୀରାମଚନ୍ଦ୍ରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାମନ୍ତରାୟ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଇଥିବା ରଙ୍ଗିନି ପୋଷାକ ପରିଧାନ କରିଥିଲେ । ଯାହାକି ବିଦ୍ୟାଳୟ ପରିସର ଚମିକି ଉଠିଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ମିଟର, ୨ଶହ ମିଟର ଦୌଡ, ହାଇଜମ୍ପ, ଲଙ୍ଗଜମ୍ପ, ସଟଫୁଟ, ସ୍ୟାକରେସ, ଦୌଡିଡିଆଁ, ଆଳୁଚାମଚରେସ, ମିଜ୍ୟୁକିଚେୟାର, ସ୍ଳୋସାଇକେଲ ରେସ ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ବୋଲି ବିଦ୍ୟାଳୟର ଶ୍ରାରୀରିକ ଶିକ୍ଷା ଶିକ୍ଷକ ସନ୍ଦୀପ କୁମାର ମିଶ୍ରଙ୍କ ଠାରୁ ସୁଚନା ମିଳିଛି । ଶିକ୍ଷକ ଶିବାନନ୍ଦ ମିଶ୍ର, ପ୍ରସନ୍ନ କୁମାର ନନ୍ଦ, ଶ୍ରୀବିଷ୍ଠୁ ମିଶ୍ର, ରାମଚନ୍ଦ୍ର ଦାଶ ଶିକ୍ଷୟତ୍ରୀ ମୀନା ଦାଶ ବୀଣାପାଣି ମିଶ୍ର ପ୍ରମୁଖ କ୍ରୀଡା ପରିଚାଳାନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧/୨୦୨୪---୮,୧୦ Sakhigopal News , 31/1/2024