Breaking News

ସାକ୍ଷୀଗୋପାଳ ପୋଲିସ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କଲା ; ଜଣେ ଗିରଫ


    ସାକ୍ଷୀଗୋପାଳ--  ସତ୍ଯବାଦୀ ପୋଲିସକୁ  ମିଳିଛି ପୁଣି ଏକ ବଡ଼ ସଫଳତା । ୧୫ ଗ୍ରାମ ଧଳା ଜହ୍ନର ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟକୁ ପଠାଇ ଦେଇଛନ୍ତି ।   ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଆଇଆଇସି ବିଜୟକେତନ ବେହେରା ଙ୍କ ନିର୍ଦ୍ଦେଶ ରେ ସବଇନିସିପେକ୍ଟର ଦିପ୍ତିରଞ୍ଜନ ସାହୁଙ୍କ ନେତୃତ୍ବ ରେ ଏକ ଦଳ ନିକଟସ୍ଥ ଚଉଦମାଣ ସାହି, ସାକ୍ଷୀଗୋପାଳ ବଜାର ରାସ୍ତା - ଅହମଦପୁର କେନାଲ ବନ୍ଧ ନିକଟରେ ଚଢଉ କରାଯାଇ ଥିଲା  । ଚଢଉ ସମୟରେ କାବୁ ମହାରଣା ( ୨୪ ) ବର୍ଷ କୁ ପୋଲିସ ଧରି ନିଜ ହେପାଜତକୁ ନେଇଥିଲା  । ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତି ରେ ତା ନିକଟରୁ ୧୫ ଗ୍ରାମ ବ୍ରାଉନ ସୁଗାର, ୨୬୦ ଟଙ୍କା ଓ ପୁଡ଼ିଆ ବନ୍ଧା ସାମଗ୍ରୀ ଜବତ କରାଯାଇ ଥିଲା  । ଯାହାର ଆନୁମାନିକ ମୂଲ୍ଯ ୧ ଲକ୍ଷ ୫୦ ହଜାର ଟଙ୍କା ହେବ  । ପୋଲିସ ଏକ ମାମଲା ରୁଜ କରି ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାପଡିଛି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୪---୮,୪୫ Sakhigopal News,13/1/2024

Blog Archive

Popular Posts