ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଜୟ କିଷାନ, ଏକ ଟଙ୍କିଆ କ୍ଲିନିକର ଶୁଭାରମ୍ଭ
ସମ୍ବଲପୁର ଜିଲ୍ଲା ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ର ଆସିଷ୍ଟାଣ୍ତ ପ୍ରଫେସର ଡା.ଶଙ୍କର ରାମଚନ୍ଦାନୀ ସ୍ବାସ୍ଥ୍ୟସେବାକୁ ଜୀବନର ବ୍ରତ କରିନେଇ ସର୍ବତ୍ର ଚର୍ଚ୍ଚାରେ ରହିଛନ୍ତି। ପ୍ରଥମେ ବୁର୍ଲା ଠାରେ ଏକ ଟଙ୍କିଆ କ୍ଲିନିକ ଖୋଲି ରୋଗୀସେବା କରିଥିଲେ।ଗରିବ ରୋଗୀମାନଙ୍କ ସେବା କରି ଏକ ଟଙ୍କା ଲେଖାଏ ସଂଗ୍ରହ କରିଥିଲେ।ଶେଷରେ ଗରିବ ଅନାଥ ବିଦ୍ୟାର୍ଥିକୁ ତାହା ଦାନ କରିଥିଲେ।ଅନେକ ନିରୀହ ଶିଶୁକୁ ପାଠପଢାର ଦାୟିତ୍ବ ନେଇ ନିଜକୁ ଖୁସି ଅନୁଭବ କରୁଛନ୍ତି।କୌଣସି ପ୍ରମୁଖ ବ୍ୟକ୍ତିତ୍ବକୁ ମୁଖ୍ୟ ଅତିଥି ନ କରି ସରଳ ଜୀବନଯାପନ କରୁଥିବା ଲୋକ ଓ ରୋଗୀମାନେ ତାଙ୍କର ମୁଖ୍ୟ ଅତିଥି ହୋଇଥାନ୍ତି।ପଦ୍ମପୁର ନିକଟସ୍ଥ ଦହିତାରେ ଡା ଶଙ୍କର ରାମଚନ୍ଦାନୀ ପୁଣି ଏକ ଟଙ୍କିକିଆ ଜୟ କିଷାନ କ୍ଲିନିକର ଶୁଭାରମ୍ଭ କରିଛନ୍ତି।ବୟୋବୃଦ୍ଧ ଚାଷୀ ଅଞ୍ଜୋର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି।୫୨ ଜଣ ରୋଗୀଙ୍କ ମଧୁମେହ,ରକ୍ତଚାପ ଓ ଅନ୍ୟାନ୍ୟ ରୋଗ ପରୀକ୍ଷଣ କରି ମାଗଣାରେ ଔଷଧ ପ୍ରଦାନ କରିଥିଲେ।ପ୍ରଥମେ ବରିକେଲ ପରେ ଝାରବନ୍ଧ,ପାଇକମାଲ ଠାରେ ଜୟ କିଷାନ ଏକ ଟଙ୍କିଆ କ୍ଲିନିକର ଶୁଭାରମ୍ଭ କରାଯାଇଥିଲା।ସଞ୍ଜୟ ସାହୁ,ଗଙ୍ଗାଧର ପାଣ୍ତେ,ଭଗବାନ ବନଛୋର,ଭୁବନେଶ୍ବର ବାରିକ,ସୁମନ୍ତ ପାଣିଗ୍ରାହୀ,ସୁବଳ ମହାନ୍ତି,ତରଣୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧/୨୦୨୪----୮,୪୦ Sakhigopal News,8/1/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧/୨୦୨୪----୮,୪୦ Sakhigopal News,8/1/2024