Breaking News

ସତ୍ୟବାଦୀରେ ଚାରେଟି ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ବୁଲିଲା ଗାଁ ଗାଁରେ ଶଙ୍ଖଧ୍ୱନି ସହିତ ହରିବୋଲ ହୁଳହୁଳି ଓ ସଂକୀର୍ତ୍ତନ

 


ସାକ୍ଷୀଗୋପାଳ ---  ରାଜ୍ୟ ସରକାର ନେଇଥିବା ନିସ୍ପତିକୁ ସାରା ଓଡିଶାର ଜନସାଧାରଣ ଗ୍ରହଣ କରି ନେଇଛନ୍ତି । ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗଡୁଥିବା ଜୟ ଜଗନ୍ନାଥ ଅର୍ପଣ ରଥକୁ ବିପୁଳ ଭାବେ ଗ୍ରାମବାସୀ ମାନେ ସ୍ୱଇଛାରେ ଆପଣେଇ ନେଇଛନ୍ତି । ଦଳ ବଳ ନିର୍ବଶେଷରେ ସମସ୍ତେ ଏକକାର ହୋଇ ପଡିଛନ୍ତି । ସମସ୍ତଙ୍କ ମୁହିଁରେ ଗୋଟିଏ ସ୍ୱର ଜୟ ଜଗନ୍ନାଥ । ଏହି ଅବସରରେ ସତ୍ୟବାଦୀ ବ୍ଳକର ଆଳିସ, ନରେନ୍ଦ୍ରପୁର, ଶ୍ରୀରାମଚନ୍ଦ୍ରପୁର ଓ ବଳରାମପୁରଗଡ ଗ୍ରାମ ପଞ୍ଚାୟତରେ ସୁସଜିତ ରଥ ପରିକ୍ରମା କରିଛି । ରଥ ସହିତ ମା ମାନେ ସୁସଜିତ ଗଉଣି, ମାଣ ଓ ପେଡିରେ ଦୁଆର ମାନଙ୍କରୁ ଚାଳଉ, ଗୁଆ, ନଡିଆ ଓଧୂପକାଠି ସହିତ ରଥରେ ଥିବା ଜଗନ୍ନାଥଙ୍କ ଫଟୋ ଚରିତ୍ରରେ ଫୁଲ ମାଳ ପକାଇବା ସହ  ଘରର ମହିଳା ଝିଅ ଓ ବୋହୁ ମାନେ ବନ୍ଦାପନା କରିଥିଲେ । ଆଳିସ ଗ୍ରାମ ପଞ୍ଚାୟତର ଚୁରାଳି ଗ୍ରାମରେ ସତ୍ôୟାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଦୀପ, ଧୂପ, ଓ ନଡିଆ ବାଡେଇ ଉକ୍ତ ରଥର ଶୁଭାରମ୍ଭ କରିଥିଲେ ।  ତାଙ୍କ ସହିତ ବ୍ଳକର କର୍ମଚାରୀ ଓ ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟଙ୍କ ସହିତ ବିଭିନ୍ନ   ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ , ସମିତି ସଭ୍ୟ ଓ ମିଶନ ଶକ୍ତି ମହିଳା ମା ମାନଙ୍କ ସହିତ  ସଂକୀର୍ତ୍ତନ ମଣ୍ଡଳୀ ରଥ ସହିତ ଗ୍ରାମ ପରିକ୍ରମା କରିଥିଲେ । ସେହିପରି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମରେ ପୂଜିତ ମା ଡୁଗୁରେଇ ଠାକୁରାଣୀଙ୍କ ପୀଠରେ ରଥ ପହଞ୍ଚିବା ମାତ୍ରେ ସେଠାରେ ଅପେକ୍ଷା ରତ ସତ୍ୟବାଦୀ ବ୍ଳକରବିଜେଡି ସଭାପତି ପ୍ରମୋଦ ରାଉତରାୟ, ବ୍ଳକର ବିପିଏମ ଶ୍ୱାଶତୀ ଦାଶ, ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ପୂର୍ବତନ ସରପଞ୍ଚ ବସନ୍ତ ରାଉତରାୟ, ପଞ୍ଚାୟତ ସଭାପତି ଚନ୍ଦ୍ରମଣି ଜେନା, ସରପଞ୍ଚ ଗୌରାଙ୍ଗ ମଲିକ, ସମିତିସଭ୍ୟା ଝରଣା ମଲିକ, ଶିବ ପ୍ରସାଦ ନାୟକ, ପିୟ ରଞ୍ଜନ ମହାପାତ୍ର ଓ ମିଶନ ଶକ୍ତିର ମା ମାନେ ରଥକୁ ବନ୍ଦାପନା କରି ଗ୍ରାମ ଅଭିମୁଖେ ପାଛୋଟି ନେଇଥିଲେ । ରଥ ପ୍ରଥମେ ବେଣାକେରା,ନରେନ୍ଦ୍ରପୁର ପାଇକସାହି, ଚଉଦଗୁଣ୍ଠ ଓ ଘାସିଭବାନିପୁର ଗ୍ରାମ ପରିକ୍ରମା କରିଥିଲା  ସେହିପରି ଏହି ରଥ ଯିବା ସମୟରେ ଗ୍ରାମ ଦାଣ୍ଡରେ ମହିଳା ଝିଅ ମାନେ ପଞ୍ଚମୁରୁଜରେ ଝୋଟି ପକାଇବାସହ ଘର ଆଗରେ ଦୀପ, ପୂର୍ଣ୍ଣକୁମ୍ଭ  ବେଶ ଆକର୍ଷଣ ସାଜିଥିଲା । ଏପରିକି ସଂଗ୍ରହ କରାଯାଇଥିବା ଚାଉଳକୁ ଗ୍ରାମରେ ଥିବା କୋଠଘର, ଭଗବତ ଘର, ବିଭିନ୍ନ ସ୍ଥାନରେ  ରଖାଯିବା ପରେ ଏକାଠି କରାଯାଇ ପୁରୀ ପଠାଯିବ ବୋଲି ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ଠାରୁ ସୁଚନା ମିଳିଛି । ସେହିପରି ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଜିତେନ୍ଦ୍ର ବେହେରାଙ୍କ ସହିତ ବ୍ଳକର କର୍ମଚାରୀ  ଓ ଗ୍ରାମର ଯୁବକ, ମା ମାନେ ଏକାଠି ହୋଇ ରଥକୁ ଗ୍ରାମ ପରିକ୍ରମା କରିଥିଲେ । ଅନୁରୂପ ଭାବେ ବଳରାମପୁରଗଡ ପଞ୍ଚାୟତରେ ମଧ୍ୟ ସେହିପରି ଜଗନ୍ନାଥ ସମର୍ପଣ ରଥ ପରିକ୍ରମା କରିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୪---୮,୫୫

Blog Archive

Popular Posts