ଦୁଇ ବୀରପୁତ୍ରଙ୍କ ଜୟନ୍ତୀ ପାଳିତ
ବରଗଡ଼ --- ବରଗଡ ଜିଲ୍ଲା ରେମଣ୍ଡା ବୀରସୁରେନ୍ଦ୍ର ସାଏ କ୍ଲବ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗଦେଇଥିଲେ । ସାଂସଦ ପାଣ୍ଠି ରୁ କ୍ଲବ ର ପୁନରୁଦ୍ଧାର କରଯାଇଥିବା କୋଠରୀ କୁ ଉଦଘାଟନ କରିଥିଲେ। ଏହି ସମୟରେ ସମ୍ମାନିତ ଅତିଥି ଭାବେ ବରଗଡ ବିକାଶ ଗ୍ରୁପ ର ପ୍ରତିଷ୍ଠାତା ଡି ମୂରଲି କ୍ରିଷ୍ଣା,ରେମଣ୍ଡା ପେକ୍ସ ସଭାପତି ଶିବପ୍ରସାଦ ଖମାରୀ, ପୂର୍ବତନ ରେମଣ୍ଡା ସରପଞ୍ଚ ରାମେଶ୍ଵରୀ ନନ୍ଦ, ସାଂସଦ ପ୍ରତିନିଧି ବିପିନ ଭୁସାଗର, ଉର୍କୁଲୁ ତାଣ୍ଡି, ରଂଜନ ସେଠ, କୁଶକୁମ୍ଭାର, ଭୀମସେନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସଞ୍ଜୟ ନନ୍ଦ ଓ ପର୍ଶୁରାମ ପାତ୍ର। ଧନ୍ୟବାଦ ଅର୍ପଣ କରିଥିଲେ ଯଶୋବନ୍ତ ସେଠ। ବୀର ସୁରେନ୍ଦ୍ରସାଏ କ୍ଲବ ର ସମସ୍ତ ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୧/୨୦୨୪---୮,୪୫ Sakhigopal News,24/1/2024