ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ନୂଆ- ଓ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ
ସାକ୍ଷିଗୋପାଳ ----- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଓଡିଶା ସରକାରଙ୍କ ପକ୍ଷରୁ ନୂଆ-ଓ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସର୍ବପ୍ରଥମେ ଜଗନ୍ନାଥ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପଦୀପ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶୁକଦେବ ମହାନ୍ତି ମୁଖ୍ୟବକ୍ତା ତଥା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଓଡ଼ିଆ ଭାଷାର ଐତିହ୍ୟ, ପରମ୍ପରା, ଓଡ଼ିଆ ଭାଷାର ବିକାଶକ୍ରମ ସହିତ ଜଗନ୍ନାଥ ସଂସ୍କୃତି ସହ ଏହାର ସମ୍ବନ୍ଧ ସମ୍ପର୍କରେ ସବିଶଦ ଆଲୋଚନା କରିଥିଲେ I ସମ୍ମାନିତ ଅତିଥିଭାବରେ ଅବସରପ୍ରାପ୍ତ ବଡ଼ବାବୁ ଶ୍ର ରାଜକିଶୋର ପତି ଯୋଗଦାନ ଦେଇ ମା'ର ଭାଷା ହିଁ ମାତୃଭାଷା, ଏହାର ସମ୍ମାନ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମର ସଭାପତି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସତ୍ୟ ଶିବ ସୁନ୍ଦର ମିଶ୍ର ଓଡ଼ିଆ ଭାଷା ସାହିତ୍ୟ ଉନ୍ନତି ନିମନ୍ତେ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ I କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାଧ୍ୟାପିକା +୨ ନୋଡାଲ ଅଫିସର କଳ୍ପନା କୁମାରୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ I ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ପରମ ଆରାଧ୍ୟ ଶ୍ରୀଜଗନ୍ନାଥ ଏବଂ ଜଗନ୍ନାଥଙ୍କୁ ଛାଡି ଓଡ଼ିଶାର ଅସ୍ତିତ୍ୱ ନାହିଁ ବୋଲି ମତବ୍ୟକ୍ତ କରିଥିଲେ I +୩ ନୋଡାଲ ଅଫିସର ଓଡ଼ିଆ ବିଭାଗର ମୁଖ୍ୟ ଶଙ୍କର୍ଷଣ ପ୍ରଧାନ । ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ ଓଡ଼ିଆ ଭାଷାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ | କାର୍ଯ୍ୟକ୍ରମର ପ୍ରାରମ୍ଭରେ +୨ ର ଛାତ୍ର ଶକ୍ତିପ୍ରସାଦ ଦାସ ବେଦ ପାଠ କରିଥିବା ବେଳେ ସଭାର ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ପ୍ରତିମା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ସଭାରେ ପ୍ରାଧ୍ୟାପକ ରତ୍ନାକର ସାହୁ, ପ୍ରାଧ୍ୟାପକ ଧନୁର୍ଦ୍ଧର ମୁଦୁଲି, ପ୍ରାଧ୍ୟାପକ ଚନ୍ଦ୍ରଶେଖର ତ୍ରିପାଠୀ, ପ୍ରାଧ୍ୟାପିକା ସସ୍ମିତା ପ୍ରଧାନ, ଅଧ୍ୟାପିକା ଶୁଭ୍ରଦୀପ୍ତା ପଟ୍ଟନାୟକ, ଅଧ୍ୟାପକ ଜିତେନ୍ ଦାସ, ଅଧ୍ୟାପକ ଦିଲୀପ ବେହେରା, ଅଧ୍ୟାପିକା ପୁପୁଲ ମହାନ୍ତି, ପ୍ରାଧ୍ୟାପିକା ସୁଜାତା ମହାପାତ୍ର, ହିସାବ ରକ୍ଷକ ମହେଶ୍ୱର ମିଶ୍ର ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗଦାନ ଦେଇଥିଲେ I କାର୍ଯ୍ୟକ୍ରମଟିକୁ ସଫଳତାର ସହ ଡ.କଳ୍ପନା କୁମାରୀ ମହାପାତ୍ର ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୪----୮,୫୫ Sakhigopal News,13/1/2024