Breaking News

ରୁଦ୍ରାଣୀ ଯୁବକ ସଙ୍ଘ ଦ୍ୱାରା ଆୟୋଜିତ "ଆଦର୍ଶ ଶିକ୍ଷକ ଓ ସାମ୍ବାଦିକ ମାନଙ୍କୁ ସମ୍ମାନ" ଉଦଯାପିତ


ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଲକ ପେଣ୍ଠପଡା ଗ୍ରାମ ପଞ୍ଚାୟତ ଅଧିନ କାଞ୍ଜିଆ ଗ୍ରାମ ର ରୁଦ୍ରାଣୀ ଯୁବକ ସଙ୍ଘ ଦ୍ୱାରା ଆୟୋଜିତ ଆଦର୍ଶ ଶିକ୍ଷକ ଓ ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରାଯାଇଛି । ରବିବାର ଦିନ ସତ୍ୟବାଦୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପେଣ୍ଠପଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀ ଚିନ୍ମୟ ରାଉତ, ସମ୍ମାନିତ ଅତିଥି ଭାବରେ ସାକ୍ଷୀଗୋପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଲୋକପ୍ରିୟ ଡାକ୍ତର ଶ୍ରୀ ଶିବାଶିଷ ଦାଶ ଓ ମୁଖ୍ୟ ବକ୍ତା ଭାବରେ ରୁଦ୍ରାଣୀ ଯୁବକ ସଙ୍ଘ ର ଉପଦେଷ୍ଟା କମିଟି ମୁଖ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ଆଇନଜୀବୀ ଶ୍ରୀ ଅଞ୍ଜନ କୁମାର ହୋତା ମଞ୍ଚ ପରିଚାଳନା କରିଥିଲେ ।

 ସତ୍ୟବାଦୀ ର ବିଭିନ୍ନ ସରକାରୀ ବିଦ୍ୟାଳୟ ରେ କାର୍ଯ୍ୟରତ ଓ ନିକଟ ଅତୀତ ରେ ଅବସର ଗ୍ରହଣ କରିଥିବା 11ଜଣ ଶିକ୍ଷକ ଙ୍କୁ ସଂଗଠନ ପକ୍ଷରୁ "ଆଦର୍ଶ ଶିକ୍ଷକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ସେମାନେ ହେଲେ ଶ୍ରୀ ବସନ୍ତ କୁମାର ମିଶ୍ର, ପ୍ରଣବ କୁମାର ମିଶ୍ର, ବିଜୟ କୁମାର ପରିଡା, ଜିତେନ୍ଦ୍ର କୁମାର ମିଶ୍ର, ଶଙ୍କର କୁମାର ସୁବୁଦ୍ଧି, ମନୋରଞ୍ଜନ ମିଶ୍ର, ସୋମନାଥ ନନ୍ଦ, ପ୍ରହଲ୍ଲାଦ ଦାଶ, ଉମା ଶଙ୍କର ମିଶ୍ର, ରବିନାରାୟଣ ମହାନ୍ତି ଓ ଶ୍ରୀ ଆଲୋକ କୁମାର ମିଶ୍ର ।

ସେହିପରି ସତ୍ୟବାଦୀ ରେ କାର୍ଯ୍ୟରତ କିଛି ସାମ୍ବାଦିକ ବନ୍ଧୁ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ସାକ୍ଷୀଗୋପାଳ news ର ଏଡିଟର ଶ୍ରୀ ଧୀରେନ୍ଦ୍ର ସେନାପତି, ଆଜିର ଓଡିଶା ଏଡିଟର ତୁଷାର ରଞ୍ଜନ ନାୟକ, ଶାଶ୍ୱତ ଟେଲିଭିଜନ ର ଏଡିଟର ସିଂହାରୀ ଆଲୋକ ଖୁଣ୍ଟିଆ ଓ ସ୍ଥାନୀୟ ଧରିତ୍ରୀ ରିପୋର୍ଟର ଶ୍ରୀ ଭରତ ରାଉତ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧/୨୦୨୪---୭,୨୫ Sakhigopal News,15/1/2024

Blog Archive

Popular Posts