Breaking News

ସତ୍ୟବାଦୀ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ


 

 


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ସଂଧ୍ୟାରେ ସତ୍ୟବାଦୀ ଖେଳ ପଡିଆରେ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନୂଆ- ଓ ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ସତ୍ୟବାଦୀ ବ୍ଳକରେ କବାଡି, ଖୋ- ଖୋ, ଭଲିବଲ , ଫୁଟବଲ ଓ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିବା ପାଇଁ ପ୍ରାୟ ୩ଶହରୁ ଅଧିକ ଟିମ ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିଥିଲେ । ଏହାକୁ ନଜର କରି ସତ୍ୟବାଦୀ ବ୍ଳକ ବିଡିଓ ଲିପିସା ରାୟଙ୍କ ନିର୍ଦ୍ଦେଶ କ୍ରମେ  ସହକାରୀ ନିର୍ମାହୀ ଯନ୍ତ୍ରୀ ଶ୍ୱେତା ନାୟକ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ପୁରଷ୍କାର ବିତରଣ ଉତ୍ସବ ବା କ୍ରୀଡା ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୂନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ , ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୱେନା ନାୟକ ପ୍ରମୁଖ ଯୋଗ ଦେଇ କ୍ରୀଡା ପତାକା ଅବତରଣ କରିବା ସହ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ୱମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ସମସ୍ତ ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ ମାନେ ଜିଲ୍ଲା ସ୍ତରରେ ଭାଗ ନେବେ ବୋଲି ସତ୍ୟବାଦୀ ବ୍ଳକର ଗେମ ଆଣ୍ଡସ ସ୍ପୋଟସର ସମ୍ପାଦକ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇଙ୍କ ଠାରୁ ସୁଚନା ମିଳିଛି । ଅତିଥି ଓ ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମଦ୍ଧିତ କରାଯାଇଥିଲା । ବିଭିନ୍ନ ଖେଳରେ ସଫଳତା ହାସଲ କରିଥିବା ଦଳ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ସିଲଡ, ଓ ନଗଦରାଶି ପ୍ରଦାନ କରାଯାଇଥିଲା । ଅଦ୍ୟତମ ଅତିଥି ଭାବେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ବିଦ୍ୟାଧରପୁର ସରପଞ୍ଚ ସୁଶାସନ ପ୍ରଧାନ, ସହକାରୀ ଯନ୍ତ୍ରୀ ବିଜୟା ନନ୍ଦ ଗୋଛାୟତ, ଡ୍ୟୁଇଓ ରଶ୍ମ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅତିô ପରିଚୟ ପ୍ରଦାନ କରିଥିଲେ ଶାରୀରିକ ଶିକ୍ଷା ଶିକ୍ଷକ ଦାମଦର ମିଶ୍ର । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୁଭାଗିନୀ ସାହୁ । ବ୍ଳକର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟତୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧/୨୦୨୪---୯,୨୫   Sakhigopal News, 10/1/2024

Blog Archive

Popular Posts