Breaking News

ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭରର ମୃତ୍ୟୁ




ଭଞ୍ଜନଗର - ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠପଲ୍ଲବା ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ଡ୍ରାଇଭର ଜଣକ , ସେହି ଗାଁ ର ଗୌର ଗୌଡ(୬୫) । ଗାଁ ର ଜନୈକ ମାଲିକଙ୍କ ଟ୍ରାକ୍ଟର ରେ କିଛି ମରାମତି କାର୍ଯ୍ୟ କରୁଥିବା ସମୟରେ  କୋୖଣସି କାରଣ ବଶତଃ ଗାଡ଼ି ଟି ଷ୍ଟାର୍ଟ ହୋଇଯାଇଥିଲା । ସେହି ସମୟରେ ଗୌର , ଗାଡ଼ି ଚକା ତଳେ ଖସି ପଡିଥିଲେ । ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସେଠାରୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭଞ୍ଜନଗର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗାଙ୍ଗପୁର ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧/୨୦୨୪---୮,୨୦ Sakhigopal News,5/1/2024

Blog Archive

Popular Posts