Breaking News

୪ର୍ଥ ପର୍ଯ୍ୟାୟରେ ୫ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ



ଭଞ୍ଜନଗର-- ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହାଇସ୍କୁଲ ରୂପାନ୍ତରଣ ଯୋଜନାର ୪ର୍ଥ ପର୍ଯ୍ୟାୟରେ ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡିପୁର ଗ୍ରାମପଞ୍ଚାୟତ ର ଚନ୍ଦ୍ର ଶେଖର  ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ହାଇସ୍କୁଲ ର ଲୋକାର୍ପଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ କୁ ୫ଟି ଓ ନବୀନ ଓଡିଶା ଅଧକ୍ଷ ଭି.କେ ପାଣ୍ଡିଆନ୍ ଭିଡ଼ିଓ  କନଫେରେନ୍ସ ମାଧ୍ୟମରେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଅଭିନବ ପ୍ରୟାସ ଆନ୍ତରିକ କୃତଜ୍ଞତା ଜଣାଇବା ସହ ମାନ୍ୟବର  ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପାଠପଢ଼ିବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲେବ୍ରୋଟରୀ, ଉତ୍ତମ ଟଏଲେଟ୍‌, ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଖେଳପଡ଼ିଆ ରହିଛି । ଯାହାଫଳରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ସରକାରୀ ବିଦ୍ୟାଳୟକୁ ଆସିବାକୁ ଅମଙ୍ଗ ହେଉଥିଲେ ସେମାନେ ବିଦ୍ୟାଳୟକୁ ଆସିବା ନିମନ୍ତେ ଆଗଭର ହେବେ । ବିଦ୍ୟାଳୟର ଏଭଳି ରୂପାନ୍ତରୀକରଣକୁ ନେଇ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ,ଶିକ୍ଷୟତ୍ରୀଙ୍କ ମହଲରେ ମଧ୍ୟ ଆନନ୍ଦର ଲହରୀ ଦେଖିବାକୁ ମିଳିଛି ।ଘରୋଇ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଅଧିକ ଦୁର୍ବଳତା ରହିଥିବା ବେଳେ ଘରୋଇ ବିଦ୍ୟାଳୟରେ ଯେଉଁ ସବୁ ସୁବିଧା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ଠିକ୍‌ ସେହିପରି ସୁବିଧାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟର ରୂପାନ୍ତରୀକରଣ ହେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପାଠପଢ଼ିବା ନିମନ୍ତେ ଉତ୍ସାହ ବଢ଼ିବ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୪----୬,୧୦ Sakhigopal News,14/1/2024

Blog Archive

Popular Posts