୨୩କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଭଞ୍ଜନଗର - ସ୍ଥାନୀୟ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିବା ସହ ତାଠାରୁ ଏକ ଗଞ୍ଜେଇ ଭର୍ତ୍ତି ଅଖା ଜବତ କରିଛି। ସଂପୃକ୍ତ ବ୍ୟକ୍ତିଙ୍କ ନାମ କୈଳାସ ବେହେରା ଓ ଘର ପୁରୁଷୋତ୍ତମପୁର କନକ ସାହି ବୋଲି ଜଣାପଡିଛି। ଶୁକ୍ରବାର ସନ୍ଧ୍ୟାରେ କୈଳାସ ନିକଟସ୍ଥ ସୋରାଦେବୀ ମନ୍ଦିର ରାସ୍ତାରେ ଅତ୍ୟନ୍ତ ସନ୍ଦେହ ଜନକ ଅବସ୍ଥାରେ ଏକ ଅଖା ବସ୍ତା ଧରି ଠିଆ ହୋଇଥିଲେ ।ଏସଂପର୍କରେ କେହି ଜଣେ ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ। ଆଉ ଖବର ପାଇବା ପରେ ମୁଜାଗଡ ଅଞ୍ଚଳରେ ପେଟ୍ରୋଲି° କରୁଥିବା ଏସଆଇ ମୋହନ କହଁର ତୁରନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କୈଳାସ କୁ ଧରିବା ସହ ସେ ଧରିଥିବା ଅଖାକୁ ଚେକ୍ କଲାବେଳେ ସେଥିରେ ଗଞ୍ଜେଇ ଥିବା ଜାଣିଥିଲେ। ପରେ ଏସଂପର୍କରେ ସେ ଥାନା ଅଧିକାରୀ ଭଗବାନ ପୂଜାରୀ ଙ୍କୁ ସୂଚନା ଦେଇଥିଲେ।
ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ କୁ ଓଜନ କରାଯାଇଥିଲା । ୨୨ କେଜି ୪୯୦ ଗ୍ରାମ ଗଞ୍ଜେଇ ଥିବା ସ୍ପଷ୍ଟ ହୋଇଥିଲା। ଏସଂପର୍କରେ ଭଞ୍ଜନଗର ଥାନାରେ ୩୫/୨୪ ପ୍ରକାରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ କୈଳାସ ବେହେରା କୁ ଶନିବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ଙ୍କ ଠାରୁ ସୁଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୪----୬,୨୫ Sakhigopal News,14/1/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୪----୬,୨୫ Sakhigopal News,14/1/2023