ବକୁଳ ଅମାବାସ୍ୟାରେ ଆମ୍ବ ବଉଳ ଲାଗି ହେଲେ ସାକ୍ଷୀଗୋପିନାଥ
ସାକ୍ଷୀଗୋପାଳ---- ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ଭାବେ ବେଶ ଜଣାଶୁଣା । ଏହି ଅବସରରେ ସାକ୍ଷୀଗୋପିନାଥଙ୍କର ବଉଳ ଅମାବାସ୍ୟା ପର୍ବ ପାଳିତ ହୋଇଯାଇଛି । ଠାକୁର ଘୋଡଲାଗି ହୋଇଛନ୍ତି । ମା ରାଧାରାଣୀ ଓ ପ୍ରଭୁ ଶ୍ରୀକୃର୍ଷ୍ଣଙ୍କୁ ଆମ୍ବବଉଳ ଲାଗି କରାଯାଇଥିଲା । ଦ୍ୱିପହର ଧୂପରେ ଆମ୍ବ ବଉଳ ଖଣ୍ଡ ସହିତ ଗହମ ଗୁଣ୍ଡରେ ପ୍ରସ୍ତୁତ କରାଯାଇଥିବା ପିଠା ଠାକୁରଙ୍କୁ ଲାଗି କରାଯାଇଥିଲା । ପରେ ପରେ ସେବାୟତ ମାନେ ଉପଚାର ଓ ଆଳତୀ କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ସମସ୍ତ ଠାକୁରଙ୍କ ନୀତିକାନ୍ତି କରାଯାଇଛି । ସେହିପରି ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ଓ ଭାଗବତ ଟୁଙ୍ଗୀ ମାନଙ୍କରେ ବଉଳ ଅମାବାସ୍ୟା ପର୍ବ ପାଳିତ ହୋଇଯାଇଛି । ଘର ମାନଙ୍କରେ ଚାଉଳ ଚୁନା ନଚେତ ସୁଜିକୁ ପାଣିରେ ସିଝାଇ ସେଥିରେ ଆମ୍ବ ବଉଳ ସହିତ ନଡିଆ, ମସଲା ପୁରରେ ପ୍ରସ୍ତୁତ ପିଠା ଘର ଠାକୁର ଓ ଇସାଣରେ ଭୋଗ ଲଗାଇଥିବାର ଦେଖାଯାଇଥିଲା । ଏବଂ ସେହି ପିଠାକୁ ଖାଇ ବଉଳ ଭାବେ ପରିଚିତ ହୋଇଥାନ୍ତି । ଏହି ପ୍ରଥା ପ୍ରାୟତ ଗ୍ରାମ ମାନଙ୍କରେ ଚାଲିଥାଏ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୪-----୭,୧୦ Sakhigopal News, 11/1/2024