ସାକ୍ଷୀଗୋପାଳ ରେ ସବୁଆଡ଼େ ଜୟ ଶ୍ରୀରାମ ଶଦ୍ଧରେ କମ୍ପିଲା
ସାକ୍ଷୀଗୋପାଳ ---- ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଅବସରରେ ସାକ୍ଷୀଗୋପିନାଥ ମନ୍ଦିରକୁ ସେବାୟତ ସଂଘ ପକ୍ଷରୁ ଫୁଲରେ ସଜାଯାଇଛି। ଏହି ଅବସରରେ ବିଭିନ୍ନ ମନ୍ଦିର ମଠ ଗୁଡିକରେ ପୂଜା ହୋମ ହନୁମାନ ଚାଳିଶା ଓ ସୁନ୍ଦରା କାଣ୍ଡ ପାଠ କରାଯାଇ ଥିଲା । ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ରାମ ମନ୍ଦିରରେ ଯଜ୍ଞ କରାଯାଇ ଥିଲା । ଏଥିରେ ସୁଶାନ୍ତ କୁମାର ରଥ କର୍ତ୍ତା ରହିଥିଲେ । ସେହିପରି ମନ୍ଦିର ଆଗରେ ଅରୁଣ ଖମ୍ବ ନିକଟରେ ବାଲୁକାକଳା ଶିଳ୍ପୀଙ୍କ ବାଲୁକା କଳାରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରଦର୍ଶନ କରିଥିଲେ । ଶ୍ରୀ ରାମ ଓ ହନୁମାନ ବେଶଧାରୀ ଙ୍କ ସହିତ ସଂକିର୍ତ୍ତନ ମଣ୍ଡଳୀ ବଜାର ପରିକ୍ରମା କରିଥିଲେ । ଦୀପକ ଶତପଥୀ,ଶଙ୍କର୍ଷଣ ପ୍ରଧାନ , ଅଶୋକ ରାଉତରାୟ,ଅଶୋକ ସେନାପତି ଓ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ସଂପାଦକ ବିଜୟ କୁମାର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଗ୍ରାମ ମାନଙ୍କରେ ପ୍ରତି ଦାଣ୍ତ ଦୁଆରେ ପୂର୍ଣ୍ଣ କୁମ୍ଭ ଦୀପ ଜଳୁଥିବା ଦେଖିବାକୁ ମିଳିଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୧/୨୦୨୪---୯,୧୦ Sakhigopal News,22/1/2024
ସାକ୍ଷୀଗୋପାଳ ରେ ସବୁଆଡ଼େ ଜୟ ଶ୍ରୀରାମ ଶଦ୍ଧରେ କମ୍ପିଲା
Reviewed by sakhigopal news
on
15:28
Rating: 5