Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ମୋ କଥା ମୋ କାହାଣୀ ଅନୁଷ୍ଠିତ

ସାକ୍ଷୀଗୋପାଳ ---- ଐତିହାସିକ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ମୋ କଥା ମୋ କାହାଣୀ ଶୀର୍ଷକ ସୃଜନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।  ଅତିଥି ମାନେ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ ଦୀପ ପ୍ରଦାନ କରିବା ସହ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପ୍ରାୟ ୧୪୦  ବିଭିନ୍ନ ଚାରିଗୋଟି କ୍ଲବର ପିଲାମାନେ  ଏଥିରେ  ଉତ୍ସବରେ ଅଂଶ ଗ୍ରହଣ କରିବା ସହ ଏକ ପୁସ୍ତକ ମେଳାର ଆୟୋଜନ କରିଥିଲେ। ମୂଖ୍ୟ ଅତିଥି ରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଣବ କୁମାର ମିଶ୍ରଙ୍କ ସହ ପ୍ରାକ୍ତନ ଶିକ୍ଷୟିତ୍ରୀ ସୁନନ୍ଦା ମହାନ୍ତି ମୂଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।  ବିଦ୍ୟାଳୟ ପରିଚାଳିନା କମିଟିର ସଭାପତି  ଚକ୍ରଧର ମହାରଣା ଓ ଉପସଭାପତି ବର୍ଷାରାଣୀ ମେକାପ ଉପସ୍ଥିତ ରହିଥିଲେ। ସ୍ବାଗତ ସଂଗୀତ ଛାତ୍ରୀ ମାନେ ପରିବେଶଣ ପରେ ଶିକ୍ଷୟିତ୍ରୀ ବୈଜୟନ୍ତି ମିଶ୍ର ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ। ସଭା କାର୍ଯ୍ୟରେ ସଭାପତିତ୍ୱ କରିଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ।ଓଡ଼ିଆ ଭାଷା ଓ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଦ୍ବାରା ବିଦ୍ୟାଳୟରେ ହେଉଥିବା ସୃଜନାତ୍ମକ ଉତ୍ସବର ଯଥେଷ୍ଟ ମୂଲ୍ୟ ଅଛି ବୋଲି  ଅତିଥି ମାନେ ମତ ପ୍ରକାଶ କରିଥିଲେ ।  ସୃଜନୀ କ୍ଲବର ଛାତ୍ର ଛାତ୍ରୀ ମାନେ ସ୍ବ ରଚିତ ପାଣ୍ଡୁଲିପି ଗୁଡିକ ଆଣି ପୁସ୍ତକ ମେଳା କରିଥିବା ବେଳେ କ୍ରିଡାଙ୍ଗନ,ଜିଜ୍ଞାସା ଓ କୌଶଳୀ କ୍ଲବର ଛାତ୍ର ଛାତ୍ରୀ ମାନେ ସେମାନଙ୍କ ସନ୍ଦର୍ଭ ପ୍ରୋଜେକ୍ଟ ଆଦି ଉପସ୍ଥାପନ କରିଥିଲେ। ବିଚାରକ ରୂପେ ସୈଦାମିନି ନାୟକ,କୃଷ୍ଣ ପ୍ରିୟା ଦାଶ,ପୂଜା ମିଶ୍ର ଓ ବିଶ୍ବନାଥ ସ୍ବାଇଁ , ଶିକ୍ଷକ ଚିନ୍ମୟ ଜେନା,ବସନ୍ତ ସ୍ବାଇଁ, ମୃତ୍ୟୁଞ୍ଜୟ ମହାପାତ୍ର ତଥା ଶିକ୍ଷୟିତ୍ରୀ ପୁନମ କୁଜୁରୁ,ପ୍ରିତିକ୍ଷା ମିଶ୍ର,ନିହାରିକା ସେନାପତି,ତପସ୍ବିନୀ ତ୍ରିପାଠୀ,ଉର୍ମିଳା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧/୨୦୨୪----୮,୪୫ Sakhigopal News,19/1/2024

Blog Archive

Popular Posts