ନିଷ୍ଠା ପରିବାର ଦ୍ଵାରା ରକ୍ତ ଦାନ ଶିବିରକୁ ଫିତା କାଟି ଶୁଭାରମ୍ଭ କଲେ ମହାରାଜ କଂସ
ବରଗଡ ---
୭୬ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଅବସର ରେ ପ୍ରବଳ ପ୍ରତାବୀ ମହାରାଜ କଂସଙ୍କ ଆଦେଶ କ୍ରମେ ମଥୁରାନଗରୀ (ବରଗଡ଼) ର ମିନା ବଜାର ଜର୍ଜ ହାଇସ୍କୁଲ ପଡିଆ ରେ ଲଗାତାର ଛଅ ଦିନ ଧରି ନିଷ୍ଠା ପରିବାର ତରଫରୁ ଅନୁଷ୍ଠିତ ହେବ ରକ୍ତ ଦାନ ଶିବିର। ଆଜି ପ୍ରଥମ ଦିନ ରେ ମୁଖ୍ୟ ଅତିଥି ଭାବରେ ପ୍ରବଳ ପ୍ରତାପୀ ମହାରାଜ କଂସ ଯୋଗ ଦେଇ ରକ୍ତଦାନ ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନିତ ଅତିଥି ଭାବରେ ଧନୁଯାତ୍ରା ର ସମ୍ପାଦକ ସୁରେଶ୍ଵର ଶତପଥୀ ଓ ମନ୍ତ୍ରୀ ପାରିଷଦ ଯୋଗଦେଇ ଥିଲେ। ଲୋକ ମାନେ ଆସି ସ୍ଵତଃପୃତ ଭାବେ ରକ୍ତ ଦାନ କରୁଥିବା ଦେଖି ମହାରାଜ କଂସ ଖୁବ ଖୁସୀ ହେବା ସହ ରକ୍ତ ଦାତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ରକ୍ତ ଦାନ କରିବା ପାଇଁ ଉତ୍ସାହିତ କରିଥିଲେ।ଧନୁଯାତ୍ରା ତଥା ମିନାବାଜାର କୁ ବୁଲି ଆସୁଥିବା ପୁରୁଷ,ମହିଳା ବିଶେଷ କରି ଯୁବ ବର୍ଗ ଖୁବ୍ ଆଗ୍ରହ ର ସହ ସ୍ବତଃପ୍ରବୃତ୍ତ ଭାବରେ ରକ୍ତ ଦାନ ପାଇଁ ନିଜ ନାମ ପଞ୍ଜିକରଣ କରୁଥିଲେ।ଏହି ଶିବିର ରେ ୪ଯୋଡ଼ା ଦମ୍ପତ୍ତି ଙ୍କୁ ମିଶାଇ ସର୍ବମୋଟ୍ ୭୮ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା ।
ନବବର୍ଷ ଅବସରରେ ପ୍ରଥମ ଥର ପାଇଁ ରକ୍ତଦାନ କରିଥିବା ଯୁବକ,ଯୁବତୀ ମାନେ ମତ ପ୍ରକାଶ କରୁଥିଲେ। ରକ୍ତଦାନ କରି ଅପରିଚିତ ,ଅଜଣା ବ୍ୟକ୍ତି ର ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିଥିବାରୁ ବହୁତ ଖୁସି ଅନୁଭବ ହେଉଛି ବୋଲି କହିଛନ୍ତି।ଏହି ଶିବିର କୁ ନିଷ୍ଠା ପରିବାରର ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଜିତୁ ମହାପାତ୍ର,ଖଗେଶ୍ବର ସାହୁ,ଅଶ୍ୱିନୀ ତ୍ରିପାଠୀ, ଉପ ସଭାପତି କ୍ଷିରୋଦ୍ର ସାହୁ,ସଭାପତି ରକ୍ଷପାଳ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସହ ସମ୍ପାଦକ ମଦନ ମୋହନ ଦାସ,ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୂଚାରୁ ରୂପେ ପରିଚଳନା କରିଥିଲେ।ସମସ୍ତ ରକ୍ତଦାତା ଏବଂ ରକ୍ତଦାନ ଶିବିର ଆୟୋଜନ ରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସହଯୋଗ କରିଥିବା ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫରୁ ସ୍ବାଗତ କରାଯାଇଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧/୨୦୨୪---୯,୫୫ Sakhigopal News,22/1/2024