Breaking News

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିମ ଶିବିର ଅନୁଷ୍ଠିତ |



ଜଟଣୀ ----
ଜଟଣୀ ବ୍ଲକ ସଭା ଗୃହରେ ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ସିଡିପିଓ ସଞ୍ଜୁଲତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିର ରେ ଜଟଣୀ ବ୍ଲକର ସମସ୍ତ ୧୫ ଟି ପଞ୍ଚାୟତରୁ ୪ ଜଣ ଲେଖାଏଁ ଏବଂ ପୌର ପରିଷଦର ୨୩ଟି ୱାର୍ଡ଼ରୁ ଦୁଇ ଜଣ ଲେଖାଏଁ ତାଲିମ ନେଇଛନ୍ତି | ତାଲିମ ନେଇଥିବା ପ୍ରାର୍ଥୀ ମାନେ ନିଜ ନିଜ ଅଞ୍ଚଳରେ ଘରେ ଘରେ କିଭଳି ସମସ୍ତେ ବିଜୁ ସ୍ୱାସ୍ଥ୍ୟ ନବୀନ କାର୍ଡ ବ୍ୟବହାର କରି ପାରିବେ ଏବଂ ଲୋକମାନଙ୍କୁ ଏହାର ସୁବିଧା ସୁଯୋଗ ବିଷୟରେ ସଚେତନ କରାଇବେ | ବିଏଲଏଫ ସଭାନେତ୍ରୀ ବିଦୁଲତା ବେହେରା, କୋଷାଧକ୍ଷ ସଂଯୁକ୍ତା ସୁନ୍ଦରାୟ ତାଲିମ ପ୍ରଦାନ କରିଥିଲେ | ବ୍ଲକ ସଂଯୋଜକ ସନ୍ତୋଷ ଦାଶ, ବିପିଏମ ଦିପ୍ତିମୟୀ ପ୍ରହରାଜ, ବିପିସିଏ ଦୀପକ ସାହୁ ଆଜିର ତାଲିମ ଶିବିରକୁ ପରିଚାଳନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧/୨୦୨୪---୭,୪୫ Sakhigopal News,17/1/2024

Blog Archive

Popular Posts