Breaking News

ଡିଏଭି ଭଞ୍ଜନଗରରେ ପାଳିତ ହୋଇଯାଇଛି ୭୫ତମ ଗଣତନ୍ତ୍ର ଦିବସ

 
ଭଞ୍ଜନଗର-- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ୭୫ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି ।ଏହି ଉତ୍ସବକୁ ଅବସର ପ୍ରାପ୍ତ ଆର୍ମି ସୁବାଦାର(ଅନୋରାରୀ ଲେପ୍ଟନାଣ୍ଟ ) ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ  ଓ ଅବସରପ୍ରାପ୍ତ ଆର୍ମି କ୍ୟାପଟେନ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ପୌରହିତ୍ୟ କରିଥିଲେ  । ବିଦ୍ୟାଳୟର  ଶିକ୍ଷକ ଶ୍ରୀ ବିଶ୍ଵନାଥ ପାଣିଗ୍ରାହୀ   ଏହି ଦିବସ ପରିପ୍ରେକ୍ଷୀରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।  ଶିକ୍ଷକ ଶ୍ରୀ ସତ୍ୟନାରାୟଣ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ସମାରୋହରେ ଉପସ୍ଥିତ ରହି ନିଜର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୪---୮,୪୫ Sakhigopal News,27/1/2024

Blog Archive

Popular Posts