Breaking News

ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ


ଭଞ୍ଜନଗର---  ମା ବାପାଙ୍ଗୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀ ଟୁନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ "ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବନୀତା ମଲ୍ଲିକ ମୁଖ୍ଯ ଅତିଥି, ସମିତି ସଭ୍ଯା ଶ୍ରୀମତୀ ଶାନ୍ତିଲତା ମଲିକ ସମ୍ମାନୀତା ଅତିଥି ଭାବେ ଯୋଗ ଦେଇଥିଲେ ¦ବିଦ୍ୟାଳୟ ର ପ୍ରାକ୍ତନ ହିନ୍ଦୀ ଶିକ୍ଷକ
ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ପାଠ ସହିତ ଛାତ୍ର ଛାତ୍ରୀ ମାନଙ୍କ ସୃଜନଶୀଳତା ର ବିକାଶ, ବିଜ୍ଞାନ ପିପାସା ବୃଦ୍ଧି, କ୍ରୀଡା ଦକ୍ଷତା ବିକାଶ ସହ ନୂଆ ବୈଷୟିକ ଜ୍ଞାନକୌଶଳର ପ୍ରଗତି ପାଇଁ ସରକାର ଙ୍କ ଏହି ପଦକ୍ଷେପ ଖୁବ୍ ଫଳପ୍ରଦ ଓ ପ୍ରଶଂସନୀୟ ପ୍ରମାଣିତ ହୋଇପାରିଛି ¦ ଶିକ୍ଷା ସହ ଶିଶୁର ସାମଗ୍ରିକ ବିକାଶ ଏହାଦ୍ବାରା ସମ୍ଭବ ହୋଇପାରିଛି ବୋଲି ଅତିଥି ତଥା ବକ୍ତାମାନଙ୍କ ମତ ପ୍ରକାଶ ପାଇଛି ¦ଶିକ୍ଷକ ଶ୍ରୀ ପ୍ରଭାତ କୁମାର ଆଚାର୍ଯ୍ୟ ବେଦ ପାଠ କରିଥିଲେ ¦ସୃଜନଶୀଳତା, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନ ବିଭାଗରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ¦ବିଦ୍ୟାଳୟର ପ୍ରାକ୍ତନ ହିନ୍ଦୀ ଶିକ୍ଷକ ଶ୍ରୀ ଧୋବା ଖଟୁଆଙ୍କ ପରିଚାଳନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ମନଛୁଆଁ ହୋଇପାରିଥିଲା ।  କାର୍ଯ୍ୟକ୍ରମ ରେ ଅନ୍ୟତମ ବିଜ୍ଞାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ ସହଯୋଗ କରିଥିଲେ ¦ପୁରସ୍କାର ବିତରଣରେ ଶିକ୍ଷକ ଶ୍ରୀ ସୁଧିର ଚନ୍ଦ୍ର ଜେନା, କିରାଣି ଶ୍ରୀ ରବିନ୍ ବିଶ୍ବାଳ ସହଯୋଗ କରିଥିଲେ ¦ ମଞ୍ଚ ପରିଚାଳନା ଓ ସଂଯୋଜନା  କରିଥିଲେ ଶ୍ରୀ ପ୍ରଭାତ କୁମାର ଆଚାର୍ଯ୍ୟ ¦ସଂସ୍କୃତ ଶିକ୍ଷକ ଶ୍ରୀ ନବୀ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ¦ପରିଚାଳନା କମିଟି ସଭାପତି ତଥା ଦାନକର୍ତ୍ତା ଶ୍ରୀ ସୁଶାନ୍ତ କୁମାର ନାୟକ ପୂର୍ଣ ସହଯୋଗ କରିଥିଲେ ¦  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧/୨୦୨୪---୯,୨୫ Sakhigopal News,21/4/2024

Blog Archive

Popular Posts