ସତ୍ୟବାଦୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସତ୍ୟବାଦୀର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ --- ସତ୍ୟବାଦୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସତ୍ୟବାଦୀର ପ୍ରଥମ ବାର୍ଷିକ ଉତ୍ସବ ସହିତ ଭାଷା ସାହିତ୍ୟ ଓ ସୃଜନଶୀଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗଗନି ଦେଇ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ପେଣ୍ଠପଡା ଗ୍ରାମ ପଞ୍ଚାୟତର ସଭରପଞ୍ଚ ଚିନ୍ମୟ ରାଉତ, ବ୍ଳକର ଉପଶିକ୍ଷା ସହକାରୀ ଶିକ୍ଷା ଅଧିକାରିଣୀ କୁମୁଦୁନୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭଗବାନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଯୋଗ ଦେଇଥିବା ଅତିଥି ମାନେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ନିଜର ମାତୃଭାଷା ଓଡିଆକୁ ନିଜର ପିତାମାତା ପରି ଆଦର କରିବା ଦରକାର । ଆମେ ହେଉଛେ ଓଡିଆ, ଆମ ଭାଷା ହେଉଛି ଓଡିଆ ଏହାକୁ ଯେପରି ସବୁ ବେଳେ ମନେ ରଖିବା ଦରକାର ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଆମ ଅଞ୍ଚଳରେ ଯେପରି ଓଡିଆ ଭାଷାର ବିକାଶ ଓ ପ୍ରଚାର କରିବା ପାଇଁ ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଏକ ମାଇଲିଖୁଣ୍ଠ ନିର୍ମାଣ କରିଛନ୍ତି ବୋଲି ସରପଞ୍ଚ ଶ୍ରୀ ରାଉତ କହିଥିଲେ ।
ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍ୃୁତ କରିଥିଷଲ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ତଥା କବୟତ୍ରୀ, ସଂଗଠକ ବିଶାଖା ଦେବୀଙ୍କୁ ମଧ୍ୟ ଅତିଥି ମାନେ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ସଂଗୀତା ବିଭୁତି ରାଏ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଶିକ୍ଷୟତ୍ରୀ ବିଶାଖା ଦେବୀ । ଶିକ୍ଷୟତ୍ରୀ ସସ୍ମିତା ସେଠୀ, ମିନତି ମାଝି, ସୀତା ମହାରଥୀ, ସୁମିତ୍ରମୟୀ ମହାପାତ୍ର, ଗୀତାରାଣି ଦାଶ ସରୋଜିନି ସାହୁ ଶିକ୍ଷୟତୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର କୁନି କୁନି ଛାତ୍ରୀ ମାନଙ୍କଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷୟତ୍ରୀ ଚିରସ୍ମିତା ସେଠୀ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧/୨୦୨୪--୮,୧୦ Sakhigopal News, 19/1/2024