ସୁଶୀଳା ପ୍ରଗତି ବିଦ୍ୟା ପୀଠର ଶ୍ରଦ୍ଧା ଉତ୍ସବ ପାଳିତ
ଜଟଣୀ --ସ୍ଥାନୀୟ ସୁଶୀଳା ଦେବି ପ୍ରଗତି ବିଦ୍ୟାପୀଠ ବାଛରା ର କ୍ରୀଡା ଉତ୍ସବ ଓ ସୁଶୀଳା ଦେବୀଙ୍କ ଶ୍ରଦ୍ଧାଉତ୍ସବ ଏବଂ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଦାଶ ସମାଜସେବୀ ଙ୍କସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I ଉକ୍ତ ସଭାରେ ମୁଖ୍ୟ ଅତିଥି ବିଧାୟକ ସୁରେଶ କୁମାର ରାଉତରାୟ, ମୁଖ୍ୟବକ୍ତା କ୍ଷେତ୍ରବାସୀ ସାହୁ ସମ୍ପାଦକ ଆଇନା, ସମ୍ମାନିତ ଅତିଥି ଅନନ୍ତ ଚରଣ ବେହେରା ଅଧକ୍ଷ ଜଟଣୀ ପୌରପରିଷଦ, ଅନ୍ୟତମ ଅତିଥି ଶ୍ରୀମତୀ ଜୟନ୍ତୀ ଛୋଟରାୟ ପଞ୍ଚାୟତ ସମିତି ଅଧକ୍ଷା, କମଳ ମହାନ୍ତି, ଅଶୋକ ମଙ୍ଗରାଜ (ଚାଲୁ )ନୌସୁର ଅଲି,ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ କାଉନସିଲର, ଇତ୍ୟାଦି ଯୋଗ ଦେଇଥିଲେ I ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତିବାଳା ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ I ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ସାହସମଲ ଅତିଥି ପରିଚୟ ପ୍ରଦାନ କରିଥିଲେ I ପ୍ରାକ୍ତନ ଶିକ୍ଷକ ଅମ୍ବିକା ପ୍ରସାଦ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ I ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ଶତକଡା 95 ମାର୍କ ରଖିବ ତାକୁ ଏକ ଇଲୋ୍ଟ୍ରୋନିକ ସ୍କଟି ଦେବେ ବୋଲି ସଭାପତି ଘୋଷଣା କରିଥିଲେ । ଅନନ୍ତ ବେହେରା ସ୍କୁଲ ର ସାଇକଲ ଷ୍ଟାଣ୍ଡ ଏଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ଘୋଷଣା କରିଥିଲେ I କ୍ରୀଡା ଶିକ୍ଷୟିତ୍ରୀ ବାସନ୍ତୀ ସ୍ୱାଇଁ ଙ୍କ ଦ୍ୱାରା ପରିଚାଳିତ କ୍ରୀଡା ଉତ୍ସବରେ ବିଭିର୍ଣ୍ଣ ବିଭାଗରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା I ଖେଳ ରେ ପୁଅଙ୍କ ଭିତରେ ଗୋବିନ୍ଦ ବେହେରା ଚମ୍ପିୟନ ଝିଅଙ୍କ ମଧ୍ୟରେ ନିଶା କୁମାରୀ ଜଗଦେବ ଲିଟରରୀ ଚମ୍ପିୟନ ସୋମନାଥ କୁଣ୍ଡୁ ଓ ଉତ୍ତମ ଛାତ୍ର ସୁନୀଲ ମହାପାତ୍ର ଙ୍କୁ ପୁରସ୍କାର ସହ ଅର୍ଥ ପୁରସ୍କାର ଦିଆ ଯାଇଥିଲI I ଶେଷରେ ଶିକ୍ଷକ ଅଜୟ କୁମାର ବରାଡ଼ ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରା଼ଞ୍ଜୁଲତା ମହାରଣା ଜଲିଶ୍ରୀ ଟୁଡୁ, ସୁବାଷ ସାହୁ ଶାନ୍ତନା ପ୍ରଧାନ, ଜୁବିଲିନ ଶତପଥି, ସୋନାଲି ସାହୁ ପ୍ରଭୃତି ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସ୍କୁଲ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧/୨୦୨୪---୮,୪୫ Sakhigopal News,19/1/2024