ଭଞ୍ଜନଗର ପୋଲିସ ର ଚଢ଼ାଉ , ବିପୁଳ ପରିମାଣର ବିଦେଶୀ ମଦ ଜବତ
ଭଞ୍ଜନଗର- ଦେଶୀ ହେଉ କି ବିଦେଶୀ ଚୋରା ମଦ କାରବାର ରୋକିବା ପାଇଁ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ହେଉଛି । ତା ସତ୍ବେ ମଦ ମାଫିଆ ଏବଂ କୋଚିଆ ବେପାରୀ ମାନେ ବେଧଡକ ଭାବରେ ମଦ ବ୍ୟବସାୟ ଚଳାଇ ଆସୁଛନ୍ତି । ସୋମବାର ଦିନ ଭଞ୍ଜନଗର ପୋଲିସ କୁ ମିଳିଛି ବଡ଼ ସଫଳତା । ଭଞ୍ଜନଗର ଥାନା ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗଣ୍ଡପଡା ଗ୍ରାମରେ ଗତକାଲି ରାତିରେ ପୁଲିସ୍ ଚଢଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ବେଆଇନ ଭାବେ ଗଚ୍ଛିତ ରଖି ବିକ୍ରି କରିବା ଅଭିଯୋଗରେ ଗ୍ରାମର ମନୋଜ କୁମାର ବେହେରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। । ଚଢାଉ ସମୟରେ ବିଭିନ୍ନ କମ୍ପାନୀର ୧୧୪ ଲିଟର ବିଦେଶୀ ମଦ ତାଙ୍କ ଘରୁ ଜବତ କରାଯାଇଛି । ଥାନା କେଶ୍ ନଂ - ୬୨/୨୪ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୪----୯,୫୦ Sakhigopal News,22/1/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୪----୯,୫୦ Sakhigopal News,22/1/2024