Breaking News

>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ବ୍ୟାଙ୍କ ଖାତା ଅପଡେଟ ମେସିନ ଅଚଳ , ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାରେ ଅସନ୍ତୁଷ୍ଟ ହିତାଧିକାରୀ




    ଜଟଣୀ -- ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରେ ହିତାଧିକାରୀଙ୍କୁ ମିଳୁନାହଁ ମୌଳିକ ସେବା l ସୂଚନା ମୁତାବକ ପ୍ରତ୍ୟକ ମାସ ୧ ତାରିଖ ହେବା ମାତ୍ରେ ଶହ ଶହ ସରକାରୀ କର୍ମଚାରୀ ନିଜର ମାସିକ ବେତନ ସାଙ୍ଗକୁ ଖାତାର ଅପଡେଟ ପାଇଁ ଏବଂ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନେ ନିଜର ପେନସନ ସାଙ୍ଗକୁ ଖାତା ଅପଡେଟ କରିବା ପାଇଁ ଭିଡ଼ ଲାଗିଥାଏ l ବିଶେଷ କରି ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ତିନୋଟି ଟଙ୍କା ଜମା ଏବଂ ଉଠାଣ ମେସିନ ଏବଂ ଦୁଇଟି ବ୍ୟାଙ୍କ ଖାତା ଅପଡେଟ ମେସିନ ଥିବା ସତ୍ୱେ ଏହା ଅଧିକାଂଶ ସମୟ କାର୍ଯ୍ୟକାରୀ ନ କରିବା ଦୁଃଖର ବିଷୟ l ଏହା କାର୍ଯ୍ୟକାରୀ ନ କରିବା ଦ୍ୱାରା ହିତାଧିକାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଖାତା ଅପଡେଟ କରିବା ପାଇଁ ଲୋକେ ବହୁତ ହଇରାଣ ହୁଅନ୍ତି l ସବୁ ହିତାଧିକାରୀ ଶିକ୍ଷିତ ନୂହନ୍ତି । ଯେଉଁ ମାନେ  ମେସିନରେ ଅପଡେଟ କରିବା ଜାଣନ୍ତି ନାହିଁ ସେମାନେ ଶାଖା କାର୍ଯ୍ୟାଳୟକୁ ଗଲେ ଖାତା ଅପଡେଟ କରିବା ପାଇଁ ସେଠାରେ ଥିବା କର୍ମଚାରୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଉଛନ୍ତି ହିତାଧିକାରୀ l ବ୍ୟାଙ୍କ କର୍ମଚାରୀ ଜଣଙ୍କ ହିତାଧିକାରୀ ମାନଙ୍କୁ ଶାଖା କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଅପଡେଟ ମେସିନରେ କରିବା ପାଇଁ କୁହନ୍ତି l ଅନେକ ସମୟରେ ଅପଡେଟ ମେସିନ ଖରାପ ଥାଏ। ଏହା ଜଣାଇଲେ ଅନଲାଇନ ମାଧ୍ୟମରେ ନିଜର ଅପଡେଟ ଦେଖି ଦିଅନ୍ତୁ ନ ହେଲେ ଅପେକ୍ଷା କରନ୍ତୁ ମେସିନ ସଜଡା ଯାଇ ଠିକ ହେଲେ ଆସି ନିଜର ଖାତା ଅପଡେଟ କରିନେବେ l ଏହି କଥା ହିତାଧିକାରୀଙ୍କ ପ୍ରତି କେତେଦୂର ଯତାର୍ଥ ଆପଣ ମାନେ ଅନୁଭବ କରନ୍ତୁ l  ଷ୍ଟେଟ ବ୍ୟାଙ୍କ ଏକ ଭାରତର ସର୍ବବୃହତ ବ୍ୟାଙ୍କ ସେବା ହୋଇଥିବା ସ୍ଥଳେ ଜଟଣୀ ଷ୍ଟେଟ ବ୍ୟାଙ୍କର ଅବହେଳିତ ସେବାକୁ ନେଇ ଜନ ସାଧାରଣ ଅସନ୍ତୁଷ୍ଟ l ବ୍ୟାଙ୍କ ଶାଖାର ଉଚ୍ଚ କତୃପକ୍ଷ ଏଥି ପ୍ରତି ନଜର ଦେଇ ସ୍ଥାନୀୟ ହିତାଧିକାରୀ କିପରି ସୁବିଧାରେ ଏବଂ ସହଜରେ ସେବା ପାଇପାରିବେ ସେଥି ପାଇଁ ଧ୍ୟାନ ଦେବାପାଇଁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧/୨୦୨୪---୯,୧୦ Sakhigopal News,7/1/2024

    Blog Archive

    Popular Posts