ସାଇବାବାଙ୍କର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନୟାଗଡ---- ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ିଆସାହି ଟଭା ପାହାଡ ସ୍ଥିତ ସାଇ ମନ୍ଦିରରେ ଶ୍ରୀ ସିରିଡିସାଇ ସମର୍ଥ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ସାଇବାବାଙ୍କର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଜନ ସମାରୋହ ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରାତଃ ୬ଟା ରେ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। କୁଆଁରିଆ ନଦୀରୁ କଳସ ଉଠାଯାଇ ନୂଆଗଡ଼ିଆସାହି ଗାଁ ପରିକ୍ରମା କରି ସାଇମନ୍ଦିର ଠାରେ ପହଞ୍ଚିଥିଲା । ପାଲିଙ୍କି ଶୋଭାଯାତ୍ରା ସାଇ ମନ୍ଦିରରୁ ବାହାରି କୋସ୍କା ପଞ୍ଚାୟତ ଅନ୍ତର୍ଗତ ସରଧାପୁରର ମାନସିକଧାରୀଙ୍କ ଗ୍ରାମକୁଯାଇ ଗାଁ ପରିକ୍ରମା କରି ମାନସିକ ଧାରୀଙ୍କ ଘର ସମ୍ମୁଖରେ ପୂଜା ଅର୍ଚ୍ଚନା ହୋଇଥିଲା । ଭୁବନେଶ୍ୱରରୁ ଆସିଥିବା ସାଇ ଭଜନ ଟିମଙ୍କ ଦ୍ଵାରା ଭଜନ ପରିବେଷଣ ହୋଇ ଥିବା ବେଳେ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୮/୧/୨୦୨୪---୯,୪୫ Sakhigopal News,28/1/2024