Breaking News

ଦାନା ପାଇଁ ଦହଗଞ୍ଜ , ରାସ୍ତାରେ ଗଡୁଛି ଜୀବନ"



ଭଂଜନଗର - ଜନଗହଳିପୂର୍ଣ୍ଣ ରାସ୍ତା ହେଉ କିମ୍ବା ଯାନବାହାନ ଚଳାଚଳ ମୁଖ୍ୟରାସ୍ତା । ଜଣେ ଆଗରେ ଗଡିଗଡି ଯାଉଛି , ଆଉ ଜଣେ ଠେଲାଗାଡି ରେ ଯାଉଛି । ଉଭୟେ ଭିନ୍ନକ୍ଷମ ଦୁଇ ଭାଇ । ରାସ୍ତା ରେ ବୁଲି ବୁଲି ଭିକ୍ଷା ବୃତ୍ତି କରନ୍ତି । ସାଥିରେ ଅଛି ଜଣେ ସହଯୋଗୀ ଯୁବକ । ଯିଏକି ଉଭୟଙ୍କ ଭିତରୁ ଜଣକୁ , ଟାଣି ଟାଣି ନିଏ ଏବଂ ଦୁଇ ଭାଇ ଙ୍କ ଦେଖାଶୁଣା କରେ । ଏଥିପାଇଁ ସହଯୋଗୀ ଯୁବକ ଦୈନିକ ୩୦୦ ଟଙ୍କା ପାରିଶ୍ରମିକ ଦିଅନ୍ତି , ଦୁଇଭାଇ । ଭିକ୍ଷା ବୃତ୍ତିରୁ , ଆଉ ଯାହା ବଳକା ହୁଏ , ସେଥିରେ ଦୁଇଭାଇଙ୍କ ପେଟକୁ ଦାନା ଯୋଗାଡ ହୁଏ । ଏମିତି ଏକ ଦୃଶ୍ୟ , ଖବର ସଂଗ୍ରହ ବେଳେ ଗଂଜାମ ଜିଲ୍ଲାର ବିଭିନ୍ନ ସହର ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଦୃଶ୍ୟ ନଜର କୁ ଆସିଛି । ଯାହାକି ଅତି ହୃଦୟ ବିଦାରକ । ସେମାନଙ୍କୁ ପଚାରିବା ପରେ ଜଣା ପଡିଲା , ସମସ୍ତେ ବିହାର ରୁ ଆସିଛନ୍ତି । ଏଭଳି ଭାବରେ ଭିକ୍ଷା ବୃତ୍ତି କରିବା ପାଇଁ ସେମାନେ ବିହାର ବ୍ୟତୀତ , ବିଭିନ୍ନ ରାଜ୍ୟ କୁ ବୁଲିଥାନ୍ତି । ଏହି ଘଟଣା କୁ ଦେଖୁଥିବା ଲୋକେ ଏବଂ ବୁଦ୍ଧିଜୀବୀ ମାନେ ଏସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଥିଲେ । ବାହାର ରାଜ୍ୟରୁ ବହୁ ରାସ୍ତା ଅତିକ୍ରମ କରି ଏମାନେ ଆସିଥିବା ବେଳେ , ଏମାନଙ୍କ ଦୁଃଖଦାୟକ ପରିସ୍ଥିତି ପ୍ରତି ,  କାହାର ନଜର ପଡୁନାହିଁ କେମିତି । ରାସ୍ତାରେ ଯାଉଥିବା ଲୋକେ କିଛି ପଇସା ଦେଇ , ଚାହିଁ ରହିବା ବ୍ୟତୀତ ଏମାନଙ୍କ ପ୍ରତି ସମବେଦନା ସୃଷ୍ଟି ହେଉନାହିଁ କାହିଁକି । କେବଳ ସେତିକି ନୁହେଁ , ଏଭଳି ଦୃଶ୍ୟ ରାସ୍ତାରେ ଯାଉଥିବା ସାଧାରଣ ଲୋକ  ଏବଂ କୋମଳମତୀ ପିଲାଙ୍କ  ମାନସିକତାକୁ ଆନ୍ଦୋଳିତ କରିବ ଏଥିରେ ସନ୍ଦେହ ନାହିଁ । ଏଣୁ ଏଭଳି ଭିକ୍ଷାବୃତ୍ତି କରୁଥିବା ଭିନ୍ନକ୍ଷମ ମାନଙ୍କ ପ୍ରତି , ସହାୟତା ଯୋଗାଇଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି । ଏଥିପାଇଁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧/୨୦୨୪----୮,୪୫ Sakhigopal News,23/1/2024

Blog Archive

Popular Posts