ଜଟଣୀର ବିଭିନ୍ନ ସ୍ଥାନରେ "୭୫ ତମ ଗଣତନ୍ତ୍ର "ଦିବସ ପାଳିତ
ଜଟଣୀ --ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ କ୍ଲବ ତରଫରୁ "୭୫ ତମ ଗଣତନ୍ତ୍ର 'ଦିବସ ପାଳିତ ହୋଇଯାଇଛି l ପ୍ରେସ୍ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ପୌରାହିଁତରେ ସଭାପତି ଏମଡି. ଇସ୍ମାଇଲ ପତାକା ଉତ୍ତୋଳନ କରିଥିଲେ l କ୍ଲବର ଉପଦେଷ୍ଟା ଦେଶର ସାମ୍ବାଦିକ ମାନଙ୍କର ମହତ୍ୱ ଏବଂ ଦେଶର ଗଣତନ୍ତ୍ର ବିଷୟରେ ସମୟକ ଉଦବୋଧନ ଦେଇଥିଲେ l ଏହି ଉତ୍ସବରେ ସମ୍ପାଦକ ହୃଦାନନ୍ଦ କୋଦାମ ସିଂ, ରବିନ୍ଦ୍ର ମହାକୁଡ଼, ହରିହର ସ୍ୱାଇଁ, ସୁରେନ୍ଦ୍ର ନାୟକ, ସଂଜୀବ କୁମାର, ସୁବ୍ରତ ନାୟକ, ଧିରେନ ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ l ସ୍ଥାନୀୟ ରେଲୱେ ଫୁଟବଲ ପଡିଆ ଠାରେ ପୂର୍ବତଟ ରେଲୱେ ତରଫରୁ "୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ରେଳ ପ୍ରବନ୍ଧକ ହେଚ. ଏମ. ବାଜ୍ୱା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି ଉତ୍ସବରେ ରେଲୱେ ର ସମସ୍ତ ପଦ ଅଧିକାରୀ ମାନେ ଯୋଗ ଦେଇଥିଲେ l ସ୍ଥାନୀୟ ଓଡ଼ିଆ ବ୍ୟାପଟିଷ୍ଟ ଚର୍ଚ୍ଚ ଜଟଣୀର ଉଦଯୋଗ ସମିତି ତରଫରୁ ସାଧାରଣତନ୍ତ୍ର ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଜଟଣୀର ଏକ ରିହାବିଟେସନ ଅନୁଷ୍ଠାନରେ ଥିବା ଛୋଟ ଛୋଟ ନିରୀହ ଗରିବ ପିଲାଙ୍କୁ ତାଙ୍କର ଆବଶ୍ୟକ ଥିବା ଚପଲ ପ୍ରଦାନ କରାଯାଇଥଲା
l ଏହି କାର୍ଯ୍ୟକ୍ରମକୁ ସମିତିର ସମସ୍ତ ସଦସ୍ୟ ସହଯୋଗ କରିବା ସଙ୍ଗେ ସଙ୍ଗେ ସମିତିର ମୁଖ୍ୟ କର୍ତ୍ତା ନିଉଟନ କର ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିଥିଲେ l ସ୍ଥାନୀୟ ଭିନ୍ନକ୍ଷମ ବିକଳାଙ୍ଗ ସେବା ସଙ୍ଘ ତରଫରୁ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଜଟଣୀ ଜନକଲ୍ୟାଣ ସଂଘର ଉପଦେଷ୍ଟା ନବୀନ କୁମାର ମହାପାତ୍ର ଯୋଗଦେଇଥିଲେ l କେଜିଏନ ଦରବାରର ଅଧକ୍ଷ ଏମଡି କରିମ, ସମ୍ପାଦକ ଖୁରସିଦ ଅଲ୍ଲୀ ଏବଂ ଅନ୍ୟାନ କର୍ମକର୍ତ୍ତାଙ୍କ ସହଯୋଗରେ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଥିଲା l ସେହିପରି ରାମଚନ୍ଦ୍ରପୁର ଠାରେ ଥିବା "ମୋ ସେବା 'କେନ୍ଦ୍ର ଠାରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜଟଣୀ ବାର ଆସୋସିଏସର ସମ୍ପାଦକ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l ପରିଶେଷରେ ଛୋଟ ଛୋଟ ଶିଶୁଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା l ଜଟଣୀର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧/୨୦୨୪----୮,୫୫ Sakhigopal News,27/1/2024