Breaking News

ଓଡିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

 


ସାକ୍ଷୀଗୋପାଳ ----- ବହୁ କଳ୍ପନା ଜଳ୍ପନାର ବିଛେଦ ପଡିଛି । ବିରୋଧୀ ଦଳଙ୍କ ପାଟି ଚୁପ ହୋଇଯାଇଛି । ସେମାନଙ୍କ ପାଟିରେ କଥା କହିବାକୁ ଭାଷା ନାହିଁ ।  ସେମାନଙ୍କ ମୁହଁ ବନ୍ଦ ହୋଇଯାଇଛି । ଆଭାସି ମାଧ୍ୟମରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ କହିଥିଲେ ଓଡିଆଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ପୁଜ୍ୟ ବରପୁତ୍ର ମାନଙ୍କୁ ସେ ସମ୍ମାନ ଜଣାଇଥିଲେ । ଏହି ଅବସରରେ ପୁରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବା ପରେ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ଦୁତୀୟ ପ୍ରକଳ୍ପ ଉଦଘାଟନ କରାଯାଇଛି । ବହୁ ଶିଘ୍ର ମା ସମଲେଇଙ୍କ ପରିକ୍ରମା ପ୍ରକଳ୍ପ ଉଦଘାଟନ କରାଯିବ ବୋଲି କହିଥିଲେ । ଓଡିଆ ଭାଷା ସମ୍ମଳନୀ କରାଯିବ । ଯାହାକି ଓଡିଆ ଭାଷା ଓ ଓଡିଆ ଜାତି ପାଇଁ ଏକ ଗୌରବ । ଓଡିଆ ଭାଷା ଓ ଜାତିର ଅସ୍ମିତା ଏକ ପରିଚୟ । ଓଡିଆ ଭାଷା ପ୍ରତି ଯୁବପୀଢ଼ି ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ମାଧ୍ୟମରେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର କରିବା ସହିତ ଆମ ସଂସ୍କୃତିକୁ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ଏ ଦିଗପ୍ରତି ସଜାଗ ରହିବା ଦରକାର ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଓଡିଆ ବିଶ୍ୱ ବଦ୍ୟାଳୟ  ପ୍ରାୟ ୧୦ ଏକର ଜମି ଉପରେ ୭୫ କୋଟି ଟଙ୍କା ବ୍ୟାୟରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି । ଏଥିରେ ୩୨ କକ୍ଷ ବିଶିଷ୍ଟ ଛାତ୍ରାବାସ, ୧୬ କକ୍ଷ ବିଶ୍‌ିଷ୍ଟ ସ୍କାଲର ଛାତ୍ରାବାସ, କ୍ୟାଫେଟେରିଆ,  ସହିତ କ୍ଳାସରୁମସହିତ ସେମିନାର ହଲ, ବିଭାଗୀୟ ମୁଖ୍ୟଙ୍କ ପ୍ରକୋଷ୍ଠ ଏବଂ ଆଧୁନିକ ଶୌଚାଳୟ ଆଦିର ସୁବିଧା ରହିଛି ।


ଏହି ଅବସରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଉଦଘାଟନି ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଯୋଗଦେଇ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ  ନେଇଥିବା ନିସ୍ପତିକୁ ଓଡିଶା ନୁହେଁ ଏପରିକି ଆମେରିକାରେ ବସବାସ କରୁଥିବା ଓଡିଆ ମାନେ ଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବୋଲି ସଭାରେ କହିଥିଲେ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ ଓଡିଆ ବିଶ୍ୱବିଦ୍ୟାଳୟର ପକୃତ ବିନ୍ଦାଣି ହେଉଛନ୍ତି ୫ଟି ସଚ୍ଚିବ କାତିକେୟ ପାଣ୍ଡିଆନ । ତାଙ୍କର ଚେଷ୍ଟା ଓ ଉଦ୍ଦ୍ୟମ ଯୋଗୁ ଏହା ସଫଳ ହୋଇ ପାରିଛି ବୋଲି କହିଥିଲେ । ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ଓଡିଆ ବିଶ୍ୱବିଦ୍ୟାଳର କୁଳପତି ପ୍ରଫେସର ସବିତା ପ୍ରଧାନ,    ଯୋଗଦେଇଥିବା ବେଳେ  ଓଡିଆ ବିଶ୍ୱବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାଶ ଧନ୍ୟବାଦ ଦେଇଥିଲେ । ଉଦଘାଟନି ସଭାକୁ ସଂଯୋଜନା କରିଥିଲେ  ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ । ଏହି ଅବସରରେ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନବଦୁର୍ଗା ନୃତ୍ୟୁ, ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟୁ ପରିଷଦ ଓ ଓଡିଆ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶର, ଭଜନନୃତ୍ୟୁ, ସମ୍ଭଲପୁରୀ, ଗୋଟିପୁଅ ନୃତ୍ୟୁ ପରିବେଷଣ କରାଯାଇଥିଲା ।  ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମ ପ୍ରଦୀପ ସାହୁ, ରାଜସ୍ୱ ଏଡିଏମ କୌଳାସ ଚନ୍ଦ୍ର ନାୟକ, ଲୋକ ସମ୍ପକ ସୂଚନା ଅଧିକାରୀ ସନ୍ତୋଷ ସେଠୀ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ,  ସତ୍ୟବାଦୀ  ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ ,ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶଙ୍କ ସହିତ ଓବିସିସିର ଅଧକାରୀ  ମାନେ ଉପସ୍ଥିତ ରହିଥିଲେ । ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନଙ୍କ ସହିତ ମା ଓ ଯୁବକ ମାନେ ୧୦ ହଜାରରୁ ଅଧିକ ସଂଖ୍ୟାରେଯୋଗ ଦେଇଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୪----୯,୧୦    Sakhigopal News-24/1/2024

Blog Archive

Popular Posts