Breaking News

ଗାଈ ଫାର୍ମ ରେ କାର୍ଯ୍ୟରତ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ଭଞ୍ଜନଗର - ଭଞ୍ଜନଗର ସ୍ଥିତ ଗାଈ ଫାର୍ମ ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି ପୋଲିସ । ମୃତକ କର୍ମଚାରୀ ଜଣକ ମନୋଜ କୁମାର ବିଶ୍ଵାଳ ବୋଲି ଜଣାପଡ଼ିଛି । ତାଙ୍କ ଘର ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଗାଁରେ । ସେ ଭଞ୍ଜ ନଗର ଗାଈ ଫାର୍ମ ରେ କାର୍ଯ୍ୟରତ ଥିଲେ ।  ମୃତ ଦେହକୁ ଜବତ କରି ଭଂଜନଗର ମେଡିକାଲରେ ବ୍ୟବଛେଦ କରାଯାଇଛି । ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚିଥିଲେ । ତେବେ  ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଥିବା ବେଳ  ଏନେଇ ଭଞ୍ଜନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତଥାପି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୪---୯,୫୫ Sakhigopal News,22/1/2024

Blog Archive

Popular Posts