ବାଇକକୁ ପିଟିଲା କାର, ଦୁଇ ଆହତ
ବରଗଡ଼ --- ବରଗଡ ଜିଲ୍ଲା ଭଟଲି ଛକ ର ପେଟ୍ରୋଲ ପମ୍ପ ସାମ୍ନା ରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟିଥିଲା l ବାଇକ ରେ ଥିବା ଅଭିଷେକ ମାଝୀ ବୟସ ୨୫ ଓ ରାଜକୁମାର ଭୁଏ ବୟସ ୭୪ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲେ l ତାଙ୍କର ମୁଣ୍ଡ ଓ ଶରୀର ରେ କ୍ଷତ ହୋଇ ଥିଲା l ସେଠାରେ ଉପସ୍ଥିତ ଥିବା ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ର ଉପଦେଷ୍ଟା ସମାଜସେବୀ ବଳିଷ୍ଠ ଦୁର୍ଗା ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ କୁ ଡକାଇ ଖେଦାପାଲି ହସ୍ପିଟାଲ ଚିକତ୍ସା ପାଇଁ ନେଇଥିଲେ l ଦୁର୍ଘଟଣା ଗସ୍ତ ବ୍ୟକ୍ତି ମାନଙ୍କ ପରିବାର କୁ ଏ ସମ୍ପର୍କରେ ଜଣେଇବା ପରେ ଡ଼ାକ୍ତର ଙ୍କ ପରାମର୍ଶ କ୍ରମେ ତାଙ୍କୁ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲ କୁ ପଠାଯାଇଥିଲା l ମା ସମଲେଇ ଙ୍କ ଆଶୀର୍ବାଦ ରୁ ସେ ଦୁହେଁ ବହୁତ ଶୀଘ୍ର ସୁସ୍ଥ ହୁଅନ୍ତୁ ଏହାହିଁ ସମାଜ ସଂଘ ବରଗଡ ର ସଦସ୍ୟମାନେ ମା ସମଲେଶ୍ଵରୀ ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧/୨୦୨୪---୮,୫୫ Sakhigopal News,1/1/2024