Breaking News

ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ନବମ ଦିବସ


ବରଗଡ଼ _-  ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ନବମ ଦିବସରେ କାଳିଆ ନାଗ ଶରଣାଗତ ଓ ମଥୁରା ନରେଶ କଂସ ମହାରାଜ ଅତ୍ୟାଚାରରେ ମୁନିରୁଷି ମାନେ ତ୍ରାହି ତ୍ରାହି ହୋଇଥିଲେ। ମହର୍ଷି ନାରଦଙ୍କ ସହିତ ବିଚାରବିମର୍ଶ ପରେ କଂସ ରଂଗସଭା ଆୟୋଜନ କରାଯାଇଥିଲା। ରାଜଦରବାର କୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଯାତ୍ରା କମିଟି ର ସଭାପତି ଅନିରୁଦ୍ଧ ସାହୁ। ରାଜ ଅତିଥି ଭାବରେ ସମ୍ବଲପୁରୀ ଚଳଚ୍ଚିତ୍ର ପ୍ରଯୋଜକ ନିର୍ଦ୍ଦେଶକ ତଥା ଅଭିନେତା ମନୋଜ ମିଶ୍ର । ବରଗଡ ଗାନ୍ଧୀଶ୍ରୁତି ପାଠାଗାର ମୁଖ୍ୟ ଶିକ୍ଷାବିତ୍ ପ୍ରଦୀପ ହୋତା, ମଞ୍ଚ କଳାକାର ଶୁଶିଲ ମେହେର ଓ କୋଶଲ ସେନା ରମଣୀ ଦନ୍ତା, ସୌମ୍ୟରଞ୍ଜନ ଦାଶ ଓ ଅନନ୍ତ ମହକୁର ଙ୍କୁ ଦରବାରରେ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଯାତ୍ରା କମିଟିର ଧର୍ମରାଜ ଭୂଏ, ଜିତେନ୍ଦ୍ର ପୋଢ଼ ଓ ଲଲିତ ମେହେର ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀ ମାନେ ନାଚ, ଗୀତ ପରିବେଷଣ କରି ମହାରାଜ କଂସ ଦରବାରରେ ପୁରସ୍କୃତ ହୋଇଥିଲେ। ଗୋପପୁର ରେ କୃଷ୍ନ ବଳରାମ ନାବକେଳି ଅନୁଷ୍ଠିତ ହୋଇଥିଲା। ନନ୍ଦରାଜା ଭୂମିକାରେ ପୂର୍ଣ୍ଣ ଚନ୍ଦ୍ର ଯୁଆଡି ଓ ତାଙ୍କର ଧର୍ମପତ୍ନୀ ସତ୍ୟବତୀ ଯୁଆଡି ନନ୍ଦ ରାଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ସମୟରେ ରୂପାପାଲି ଗ୍ରାମ ର ଚିନାମାଲି ଓ ସାଥୀ ସଞ୍ଚାର ପ୍ରଦର୍ଶନ କରିଥିଲେ
। ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧/୨୦୨୪---୯,୧୦ Sakhigopal News,10/1/2024

Blog Archive

Popular Posts