ଭଞ୍ଜନଗର ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ, ବହୁ ଦିବ୍ଯାଙ୍ଗ ଡାକ୍ତର ନଥିବାରୁ ଫେରିଲେ
ଭଞ୍ଜନଗର : ଦେଶରେ ଦିବ୍ୟାଙ୍ଗଙ୍କ ସାମୁହିକ ଓ ସର୍ବIଙ୍ଗିନ କଲ୍ୟାଣ ପାଇଁ ଭିନ୍ନକ୍ଷମ ଅଧିନିୟମ ୨୦୧୬ ବିଧିବଦ୍ଧ ଭାବେ ଆଇନ ଲାଗୁହୋଇଛି। ସାତ ବର୍ଷ ବିତିବାକୁ ଲାଗିଲାଣି ହେଲେ ଅଧିନିୟମରେ ୨୧ ପ୍ରକାର ଭିନ୍ନକ୍ଷମ ପରିଭାଷା ଓ ତାଙ୍କ ପାଇଁ ସୁବିଧା ସୁଯୋଗ ବିଷୟରେ ଉଲେଖ ଅଛି। କିନ୍ତୁ ଆବଶ୍ୟକ ସଚେତନତା ଅଭାବ ଭିତିଭୂମିର ଘୋର ଅଭାବ ଯୋଗୁ ଗ୍ରାମାଞ୍ଚଳ ଓ ଦୁର୍ଗମ ଉପାନ୍ତ ଅଞ୍ଚଳ ଗୁଡିକ ରହିଥିବା ଭିନ୍ନକ୍ଷମ ଓ ତାଙ୍କ ପରିବାର ସମସ୍ତ ସରକାରୀ ଯୋଜନା ପାଇବା ପାଇଁ ସାତ ସପନ ହୋଇ ଯାଇଛି I ଘୁମୁସର କ୍ଷେତ୍ର ଯାହା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ଵ ଉପଖଣ୍ଡ ଏକ ଅପାନ୍ତ ଓ ଦୁସ୍ତ ଅଞ୍ଚଳ । ସୋରଡା ଓ ଜଗନ୍ନାଥ ପ୍ରସାଦ ବ୍ଲକ ଥିବା ଓ ସଦର ମହକୁମା ଠାରୁ ୧୫୦ କିଲୋମିଟର ଦୂରତା ବାଧିତ ଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶIସନ ଭଲ ଭାବେ ତଦାରଖI କରିବା ଅସମର୍ଥ ହୋଇପଡିଛି । ସମସ୍ତ ଭିନ୍ନକ୍ଷମ କଲ୍ୟାଣ ଯୋଜନା ଦ୍ରୁଷ୍ଟିହିନ ବିଦ୍ୟାଳୟ, ମାନସିକ ଅନଗ୍ରସ ଡେକେୟାର କେନ୍ଦ୍ର, ମୁକବଧିର ବିଦ୍ୟାଳୟ , ବ୍ରେଲ ପ୍ରେସ, ଓ, ଜିଲ୍ଲା ପୁନର୍ବାସ ଥାଇଥIନ କେନ୍ଦ୍ର ସଦର ମହକୁମା ପାଖରେ ରହିଛି । ଯାହାର ଲାଭ କେବଳ ଆଖପାଖ କିଛି ଦିବ୍ୟାଙ୍ଗ ଲାଭ ବାନ ହେଉଛନ୍ତି I ବହୁ ବର୍ଷ ଦାବୀ ପରେ ଜିଲ୍ଲା ପ୍ରଶାସନ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଅସ୍ଥାୟୀ ଭାବେ ମେଡିକାଲ ବୋର୍ଡ ପ୍ରତି ମାସର ୧୨ତାରିଖ କେବଳ ଦୁଇ ଘଣ୍ଟା ପାଇଁ ଖୋଲା ଯାଉଛି। ସେଠି କେବଳ ଶାରୀରିକ ଓ ଅନ୍ୟ ବିକଳIଙ୍ଗ ନିରୂପଣ ହେଉଛି । ସାଉଣ୍ଡ ପ୍ରୁଫ କୋଠରୀ ନଥିବା ହେତୁ ମୁଖ ବଧିର , ଆନୁଷଙ୍ଗିକ ଭିତିଭୂମି ଅଭାବ କାରଣରୁ ଦ୍ରୁଷ୍ଟିହୀନ, ମାନସିକ, ରକ୍ତଜନିତ ଓ ସ୍ଵତନ୍ତ୍ର ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବା ପାଇଁ ବାରମ୍ବାର ବ୍ରହ୍ମପୁର ଦୌଡିବାକୁ ପଡୁଛି । ଯଦ୍ଵାର ସରକାର ଯୋଜନ କିମିତି ଓ କେବେ ମିଳିବ ଓ ବର୍ତ୍ତମାନ ମIନୁଆଲ ପ୍ରମାଣ ପତ୍ର ଅବେଧ ଓ କେବଳ ଅନଲାଇନ ପଞ୍ଜୀକରଣ କରିଥିବା ଭିନ୍ନକ୍ଷମ ହିଁ ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଡାକ୍ତରୀ ନିରୂପଣ କରୁଥିବା ଦ୍ଵାରା କ୍ଯାମ୍ପରୁ ଶତାଧିକ ପରିବାର ଅନଲାଇନ କରି ଆସିଲା ବେଳକୁ ଡାକ୍ତର ମାନେ ବ୍ରହ୍ମପୁର ଫେରି ଯାଇଥିଲେ । ହିତାଧିକାରୀ ମାନେ ଶିବିରରୁ ବଡ ଦୁଖରେ ଫେରି ଯାଇଥିଲେ। ଯାହା ବଡ ମର୍ମହାତ ଦୃଶ୍ୟ ସମସ୍ତ ବ୍ଲକ ଗୁଡିକରେ ଦେଖିବାକୁ ମିଳିଛି । ଯାହାକୁ ଓଡିଶା ବିକଳIଙ୍ଗ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ସାହୁ ଦୃଢ ଅଭିଯୋଗ କରିଛନ୍ତି । ଭଞ୍ଜନଗରରେ ସ୍ଥାୟୀ ମେଡିକାଲ ବୋର୍ଡ ରହିବା ଓ ଆବଶ୍ୟକ ଭିତିଭୂମି ପୂରଣ ତୁରନ୍ତ କରିବା ଓ ପାଲୁର ହିଲରେ ଅବସ୍ତିତ ୫୦କୋଟି ରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ ହୋଇ ଆଇଆଇ କମପ୍ଲେକ୍ସ ସାଧନା କେନ୍ଦ୍ର ଓ କେନ୍ଦ୍ରରେ ଥିବା ବହୁ ମୂଲ୍ୟବାନ ଉପକରଣ କାହା ସ୍ଵାର୍ଥ ପାଇଁ ପଡ଼ିରହିଛି , ଶାସନ ପ୍ରଶାସନ ପାଖରେ ସେ ଦାବୀ ରଖିଛନ୍ତି I ଭଞ୍ଜନଗର ଭୀମଭୋଇ ସାମର୍ଥ୍ୟ ଶିବିରକୁ ଗୋଷ୍ଟି ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ,ଅତିରିକ୍ତ ଏବିଡିଓ ପାଢୀ, ପଞ୍ଚାୟତ ଅଧ୍ୟକ୍ଷ ନରବାସୀ ନାୟକ , ଉପଖଣ୍ଡ ସାମାଜିକ ଓ ଗୋଷ୍ଠୀ ମଙ୍ଗଳ ଅଧିକାରୀ କରି ଏସ ଶବର ଓ ନାୟକ ପରିଚାଳନI କରିଥିଲେ I ମୋଟ ୩୧୧ ଭିନ୍ନକ୍ଷମ ଭତା, ଆବାସ,ବସପାସ, ରାସନକାର୍ଡ,ଲୋନ,ବIଣିଶ୍ରୀ, ଇନକମ ପ୍ରମାଣ ପତ୍ର, ଉପକରଣ, ବିବାହ ସହାୟତା ପାଇଁ ପଞ୍ଜୀକରଣ କରିଥିଲେ I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧/୨୦୨୪----୬,୧୦ Sakhigopal News,25/1/2024