Breaking News

ଥୁଆପାଲି ଧନୁଯାତ୍ରା ମହୋତ୍ସବର ସପ୍ତମ ଦିବସ,ଗୋପପୁରରେ ପୁତନା ବଧ


 ବରଗଡ଼ ---- ବରଗଡ ଜିଲ୍ଲା ଥୁଆପାଲିର ୨୮ତମ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ । ସପ୍ତମ ଦିବସରେ ଗୋପପୁରରେ ପୁତନା ବଧ ହେବାର ଶୁଣି ମହାରାଜ କଂସ ବିଚଳିତ ହୋଇ ମର୍ମାହତ ହୋଇପଡିଛନ୍ତି। ଏହାପରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା, ପରେ କୃଷ୍ଣ ଓ ବଲରାମଙ୍କୁ ମାରିବାପାଇଁ ଷଡମଲ୍ଲ କୁ ଗୋପପୁର ପ୍ରେରଣ କରିଥିଲେ ମହାରାଜା କଂସ। ଆଜି ମହାରାଜ କଂସ ଦରବାରରେ ଧନୁଯାତ୍ରା ମହୋତ୍ସବ ମୁଖ୍ୟ ଅନିରୁଦ୍ଧ ସାହୁ ରାଜଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜ ଅତିଥି ଭାବରେ ସମ୍ବଲପୁର ଗବେଷକ ଉତ୍ପନ୍ନ କୁମାର ଭୋଇ, କ୍ରାନ୍ତି କବି ହରିଲାଲ ସାହୁ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତି ଓ ସ୍ଵରାଜ ଅଭିଯାନ ର ରମେଶ ମହାପାତ୍ର, କୋଶଲୀ ସଂଗ୍ରାମୀ ତଥା ଚାଷୀ ନେତା ସୁଦାମ ପାତ୍ର ଓ କବି ଲକ୍ଷ୍ମଣ ମଲ୍ଲିକ ଯୋଗ ଦେଇଥିଲେ।ରାଜଅତିଥି ମାନଙ୍କୁ ଧନୁଯାତ୍ରା କମିଟି ର ସମ୍ପାଦକ ଲଲିତ ମେହେର ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ମହାରାଜ କଂସ ଅତିଥି ମାନଙ୍କ ମନମୁଗ୍ଧ ପାଇଁ ନାଚ, ଗୀତ ଆସର କରାଇଥିଲେ। ଅତିଥି ଗଣ ମଥୁରାପୁର ର ଚାଷୀ ସମସ୍ୟା ଓ ବିଭିନ୍ନ ଉପରେ ଅଭିଯୋଗ କରିଥିଲେ। ଏହା ଆସୁ ସମାଧାନ ପାଇଁ ମହାରାଜ କଂସ ମନ୍ତ୍ରୀ ପରିଷଦ ବୈଠକ କରି ସାଙ୍ଗେ ସାଙ୍ଗେ ନିର୍ଦ୍ଦେଶ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧/୨୦୨୪---୮,୩୫ Sakhigopal News,8/1/2024

Blog Archive

Popular Posts