ସଜେଇ ହେଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ ,୨୪ ତାରିଖରେ ସତ୍ଯବାଦୀ ଓଡିଆ ବିଶ୍ୱବିଦ୍ୟାଳୟ ମୁଖ୍ଯମନ୍ତ୍ରୀ ଉଦଘାଟନ କରିବେ ବୋଲି ଜଣାପଡିଛି
ସାକ୍ଷୀଗୋପାଳ ---- ରାଜ୍ୟ ସରକାର ଗୋଟିଏ ଗୋଟିଏ ପାହଚ ଅତିକ୍ରମ କରୁଛନ୍ତି । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରି ଓଡ଼ିଆ ଇତିହାସରେ ଏକ ଫର୍ଦ୍ଦ ଯୋଡ଼ି ଥିଲେ ।ଏବେ ବହୁ ଶୀଘ୍ର ସେହି ଇତିହାସ ପୁଷ୍ଠାରେ ଆଉ ଏକ ପୁଷ୍ଠା ଯୋଡି ହେବାକୁ ଯାଉଛି । ବହୁ ପ୍ରତିକ୍ଷିତ ସତ୍ଯବାଦୀ ଓଡିଆ ବିଶ୍ୱବିଦ୍ୟାଳୟକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ତାରିଖରେ ଉଦଘାଟନ କରିବେ ବୋଲି ପ୍ରଶାସନିକ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୪ ତାରିଖ ସକାଳ ୧୧ଟା ବେଳେ ସତ୍ଯବାଦୀ ହାଇସ୍କୁଲ ଖେଳପଡ଼ିଆରେ ଉଦଘାଟନୀ ସଭା ଅନୁଷ୍ଠିତ ହେବ । ଏହି ଅବସରରେ ସାକ୍ଷୀଗୋପାଳ କଲେଜ ପରିସରରେ ଏକ ପ୍ରସ୍ତୁତି ବୈଠକ ଉଚ୍ଚଶିକ୍ଷା ବିଭାଗ ଡାଇରେକ୍ଟର ଭବାନୀ ଶଙ୍କର ଚଇନିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ଯମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି । ଏଥିରେ ହଷ୍ଟେଲ , କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି ସରିଛି। ଏହା ସହିତ ସାକ୍ଷୀଗୋପିନାଥଙ୍କ ଏକ ପୁଷ୍କରିଣୀର ପୁନଃ ଉଦ୍ଧାରଣ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଡ ସବିତା ପ୍ରଧାନ , ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସେକ୍ରେଟାରୀ ରମାକାନ୍ତ ନାୟକ, ରେଜିଷ୍ଟର ରଶ୍ମିରେଖା ଦାସ, ଉତ୍କଳମଣି ଗୋପବନ୍ଧୁ ସ୍ମୁତି ମହାବିଦ୍ୟାଳୟର ଅଧ୍ଯକ୍ଷ ସତ୍ଯଶିବ ସୁନ୍ଦର ମିଶ୍ର, ରାଜ୍ଯ ପର୍ଯ୍ୟଟନ ବିଭାଗ ଡିଜିଟାଲ ପ୍ରିୟସ ଚକ୍ରବର୍ତ୍ତୀ, ପୁରୀ ପରିବହନ ଅଧିକାରୀ ବିପିନ ପଟ୍ଟନାୟକ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଉଦଘାଟନ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ଆଲୋଚନା କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଅତିରିକ୍ତ ତହସିଲଦାର ପ୍ରିୟଦର୍ଶୀ ରାଜେଶ, ଏସଡିପିଓ ବିରଞ୍ଚିନାରାୟଣ ପତି, ଆଇଆଇସି ବିଜୟକେତନ ବେହେରା, ଓଡିଶା ସେତୁ ନିର୍ମାଣ ନିଗମର ଡିଜିଟାଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ ସୁନ୍ଦର ମାଧବ ପାଢି, ବିଡିଓ ଲିପିସା ରାୟ ଓ ଓଡିଆ ବିଶ୍ୱବିଦ୍ୟାଳୟ କର୍ମଚାରୀ ଏବଂ ଉତ୍କଳମଣି ଗୋପବନ୍ଧୁ ସ୍ମୁତି ମହାବିଦ୍ୟାଳୟର ଅଧ୍ଯାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୨୧/୧/୨୦୨୪---୯,୪୫ Sakhigopal News,21/1/2024