Breaking News

ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ


 


ସାକ୍ଷୀଗୋପାଳ---- ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ସାକ୍ଷୀଗୋପିନାଥଙ୍କ ଦୋଳବେଦୀ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଶୀତୁଆ ରାତିରେ ଦର୍ଶକ ମାନେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଓଡିଶୀ ସହିତ ସମ୍ବଳପୁରୀ ନୃତ୍ୟୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନେ ବସିରହିଥିଲେ । ବାର୍ଷିକ ଉତ୍ସବରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ସଂଗୀତ ଗାୟନ, ତବଲାବାଦନ, ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କ ତତ୍ୱବଧାନରେ ଓଡିଶି ନୃତ୍ୟୁ ସହିତ ଚରସ୍ରୋତା ଖୁଣ୍ଠିଆ ଓ ମିରା ଦାସଙ୍କ ତତ୍ୱବଧାନରେ ସମ୍ବଲପୁରୀ ନୃତ୍ୟୁ ପରିବେଷଣ କରାଯାଇଥିଲା । ମହାବିଦ୍ୟାଳୟର ୧୫୦ ଉଦ୍ୱର୍ ଛାତ୍ରଛାତ୍ରୀ ମାନେ ଏହି ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ବାର୍ଷିକ ଉତ୍ସବକୁ ଓଡିଶୀ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତି ସବିତା ଦାଶ, ଗୁରୁ ମଦଳବାଦକ ସଚ୍ଚିଦାନନ୍ଦ ଦାଶ ଓ ମହାବିଦ୍ୟାଳୟର ସଭାପତି ଦୁର୍ଗାପ୍ରସାଦ ମହାପାତ୍ର ଓ ସମ୍ପାଦକ ବଦ୍‌୍ରି ନାରାୟଣ ଖୁଣ୍ଟିଆ ଜଗନ୍ନାଥଙ୍କ ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧/୨୦୨୪--୮,୧୦    Sakhigopal News, 29/1/2024

Blog Archive

Popular Posts