ପଣ୍ଡିତ ଶ୍ରୀଧର ରଥ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ପାଳିତ
ଭଞ୍ଜନଗର--
ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ସମାଜ ସଂସ୍କାରକ ପଣ୍ଡିତ ଶ୍ରୀଧର ରଥ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ବିଦ୍ୟାଳୟ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ମୀରା ରାଣୀ ପାଣିଗ୍ରାହୀ ପରିଚାଳନା କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ସମାଜ ସଂସ୍କାରକ ପଣ୍ଡିତ ଶ୍ରୀଧର ରଥ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଶିକ୍ଷା ସଂସ୍କାରକ ପଣ୍ଡିତ ଶ୍ରୀଧର ରଥଙ୍କ ତ୍ୟାଗ ଓ ଡିଏଭି ବିଦ୍ୟାଳୟ ଗଠନରେ ମହାନ ଅବଦାନକୁ ସ୍ମୃତି ଚାରଣ କରିଥିଲେ। ଫକୀରମୋହନ ସେନାପତିଙ୍କ ଓଡ଼ିଶା ଗଠନ ଓ ଓଡ଼ିଆ ଭାଷା ପ୍ରତି ବଳିଷ୍ଠ ଭୂମିକା ସମ୍ବନ୍ଧରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ ମତ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟରେ ବୈଦିକ ରୀତିରେ ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୪ Sakhigopal News,14/1/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୪ Sakhigopal News,14/1/2024