ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ ସ୍ବର୍ଣ୍ଣ ବିଭୂଷିତ ହେଲା ଡିଏଭି ଭଞ୍ଜନଗର
ଭଞ୍ଜନଗର--
ଡିଏଭି ବିଦ୍ୟାଳୟ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମ ଥର ଅଂଶଗ୍ରହଣ କରି ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରର ଛାତ୍ରମାନେ ଇତିହାସ ସୃଷ୍ଟି କରିଛନ୍ତି। ଡିଏଭି ପାନିପଥ ପରିସରରେ ତା୦୭.୧.୨୦୨୪ରିଖଓ ତା୦୮.୦୧.୨୦୨୪ରିଖରେ ହେଇଥିବା ତୀରନ୍ଦାଜୀ ପ୍ରତିଯୋଗିତାରେ ଡିଏଭି ଭଞ୍ଜନଗର ତରଫରୁ ଏହି ବିଦ୍ୟାଳୟର ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ହେମନ୍ତ କୁମାର ସେଠୀ ଭାଗନେଇ ତିରିଶ ମିଟର ଓ ପଚାଶ ମିଟର ରେ ଯଥାକ୍ରମେ ବ୍ରୋଞ୍ଜ ଓ ସ୍ବର୍ଣ୍ଣ ପଦକ ପାଇଛନ୍ତି। ତାଈକୁଣ୍ଡ୍ ପ୍ରତିଯୋଗିତାରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ସୁଦୀପ୍ କୁମାର ବେହେରା, ପ୍ରତ୍ୟୁଷ କୁମାର ପ୍ରଧାନ , ଦୂ୍ର୍ଗା ପ୍ରସାଦ ପ୍ରଧାନ ଓ ଆୟୂଷ କୁମାର ପଣ୍ଡା ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିଲେ ।ପ୍ରତ୍ୟୁଷ କୁମାର ପ୍ରଧାନ ୧୪ବର୍ଷରୁ କମ୍ ୪୫କିଗ୍ରା ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜୟ ଲାଭ କରିଥିଲେ । ଗାଇଡ଼୍ ଶିକ୍ଷକ ଭାବରେ ଶ୍ରୀ ଗଣେଶ ବାହାଦୂର ଓ ଶ୍ରୀ ରମାବଲ୍ଲବ ପ୍ରଧାନ ଯୋଗଦେଇ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବାସୁଦେବ ପାଣିଗ୍ରାହୀ ସମ୍ମାନୀତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।କୃତି ପ୍ରତିଯୋଗୀଙ୍କୁ ଅଭିଭାବକ ମହଲରୁ ବିପୁଳ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧/୨୦୨୪----୫,୪୫ Sakhigopal News,13/1/2024