ଅଗ୍ନିକାଣ୍ଡରେ ସବସ୍ୱ ହରାଇବା ପରେ ଏବେ ପଲିଥିନି ତଳେ କଟୁଛି ଜୀବନ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ବଁପାଳ ଗ୍ରାମର ସୁକାନ୍ତ ସ୍ୱାଇଁ ଏବେ ତାଙ୍କ ଉପରେ ଦାଉ ସାଜିଛି ସମୟ । ସୁକାନ୍ତଙ୍କ ପାଇଁ ସାତ ସପନ ପାଲଟିଛି ଆବାସ ଯୋଜନା । ନଭେମ୍ବର ମାସ ୨୬ ତାରିଖ ରାତି ୯ଟା ସମୟରେ ବିଦ୍ୟୁତ ସର୍ଟସର୍କିଟ ଘଟି ଦୁଇବଖରା ଘର ପୋଡିଗଲା । ସେହି ଦିନ ଠାରୁ ପଲିଥିନି ତଳେ କଟୁଛି ଦିନରାତି । ହାଡଭଙ୍ଗାଶୀତରେ ପଲିଥିନି ତଳେ ପିଲାମାନଙ୍କୁ ନେଇ ରହୁଛନ୍ତି ସୁକାନ୍ତ ଓ ସ୍ୱର୍ଣ୍ଣଲତା । ବହୁ ଚେଷ୍ଟା କରିଥିଲେ ମଧ୍ୟ ଆବାସ ଯୋଜନା ପାଇବାରୁ ଏବେ ସେ ବଞ୍ଚିତ । ସୁକାନ୍ତ ଜଣେ ପରିବା ବ୍ୟବସାୟୀ । ସେ ଜଣେ ବିଜେଡି ଦଳର ବଡ ସମର୍ଥକ । ତାଙ୍କର ସେହି ପୋଡି ଯାଇଥିବା ଘରେ ସତ୍ୟବାଦୀ ବିଧାୟକଙ୍କ ହୋଡିଂ ମାରିଛନ୍ତି । ଅନ୍ୟ ପକ୍ଷେ ବିରୋଧୀ ଦଳର ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ବିଜେଡି ନେତା ସେମାନଙ୍କ କର୍ମୀ ମାନଙ୍କୁ ଆବାସ ଯୋଜନା ଦେଇଦେଲେ । ତାହା ଏବେ ସମ୍ପର୍ଣ୍ଣ ମିଛି ବୋଲି ପ୍ରମାଣିତ କରିଛନ୍ତି ସୁକାନ୍ତ । ସୁକାନ୍ତ ଜଣେ ବିଜେଡିର ଦଳର ବଡ ସମର୍ଥକ ହୋଇଥିଲେ ମଧ୍ୟ ଆବାସ ଯୋଜନା ଏବେ ତାଙ୍କ ପାଇଁ ସାତ ସପନ ପାଲଟିଛି । ଭାଗ୍ୟର ବିଡମ୍ବନା ତାଙ୍କର ଦୁଇପୁଅ ଦୁଇ ଝିଅ ମଧ୍ୟରୁ ଗୋଟିଏ ପୁଅ କ୍ୟାନସରରୋଗରେ ମରି ଯାଇଥିବା ବେଳେ ଏବେ ଗୋଟିଏ ଝିଅ ଥାଲେସିମିଆ ରୋଗରେ ପୀଡିତ । ମାତ୍ର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ଯୋଗୁ ଝିଅର ଚିକିତ୍ସା ମାଗଣାରେ କରୁଛନ୍ତି ମାତ୍ର ରାଜ୍ୟ ସରକାର ଓ ୫ଟି ସଚିବ ଯଦି ଏକ ଆବାସ ଯୋଜନା ଯୋଗାଇ ଦେବାକୁ ସୁକାନ୍ତଙ୍କ ସ୍ତ୍ରୀ ସ୍ୱର୍ଣ୍ଣଲତା ଲୋତକ ଭରା ଆଖିରେ ଗୁହାରି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୪---୭,୧୦ Sakhigopal News--28/1/2024