Breaking News

ନାବାଳିକା ଝିଅ କୁ ଦୁଷ୍କର୍ମ କରି ହତ୍ୟା ଅଭିଯୋଗ



ବଲାଙ୍ଗିର---.ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ତୁଷ୍ଟାପାଲି ଗାଁ ରେ ଜଣେ ନାବାଳିକା ଝିଅ କୁ ଦୁଷ୍କର୍ମ କରି ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଗତ ୨ ତାରିଖ ଦିନ ସଇଁତଳା ଅଞ୍ଚଳ ର ଜଣେ ନାବାଳିକା ଝିଅ ଶୌଚ ହେବା ପାଇଁ ନଦି କୁ ଯାଇଥିଲେ।  ହେଲେ ସେଠାରେ ଅଚେତ ଅବସ୍ଥାରେ ନାବାଳିକା ଜଣକ  ଏକ ବୁଦାରେ ପଡ଼ିଥିବା ପରିବାର ଲୋକେ ଖବର ପାଇଥିଲେ । ପରେ ଅଚେତ ଅବସ୍ଥାରେ ପରିବାର ଲୋକେ ତାକୁ ଉଦ୍ଧାର କରି ସଇଁତଳା ଡ଼ାକ୍ତରଖାନା କୁ ଆଣିଥିଲେ । ହେଲେ ତାଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ବଲାଙ୍ଗୀର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ମାତ୍ର ପରିବାର ଲୋକେ ସଇଁତଲା ଥାନା କୁ ପହଞ୍ଚି ତାଙ୍କ ଝିଅ କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏବଂ ତିନି ଜଣ ଯୁବକଙ୍କ ନା ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।ନାବାଳିକା ଝିଅ କୁ ନ୍ୟାୟ ଦାବିରେ ସଇଁତଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଶତାଧିକ ବଜରଙ୍ଗ ଦଳ ସଦସ୍ୟ। ଏ ସଂପର୍କ ରେ ସଇଁତଳା ପୋଲିସ ଓ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ଅଧିକ ତଦନ୍ତ କରୁଛନ୍ତି। ଖବର ଲେଖା ହେବା ବେଳକୁ କେହି ଗିରଫ ସୋଇନାହାନ୍ତି।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୫/୧/୨୦୨୪----୮,୪୦ Sakhigopal News,5/1/2024

Blog Archive

Popular Posts