ସାକ୍ଷୀଗୋପିନାଥଙ୍କ ବରିଷ୍ଠ ପୂଜାପଣ୍ଡା ରଘୁ ଭାଇନାଙ୍କ ଦେହାନ୍ତ
ସାକ୍ଷୀଗୋପାଳ---- ସାକ୍ଷରଗୋପିନାଥଙ୍କର ପୂଜାପଣ୍ଡା ରଘଳନାଥ ମହାପାତ୍ରଙ୍କର ୭୬ ବର୍ଷରେ ପରଲୋକ ହୋଇଯାଇଛି । ରଘୁ ଭାଇନା ଭାବେ ବେଶ ପରିଚିତ । କିଛି ଦିନ ହେବ ସେ ଅସୁସ୍ଥ ରହିଥିଲେ । ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା କରାଯାଇଥିଲା । ପରେ ପରେ ଭୁବନେଶ୍ୱର ମେଡିକାଲରେ ସୋମବାର ଦିନ ମୃତ୍ୟୁ ହୋଇଯାଇଛି । ତାଙ୍କ ମରଶରୀରକୁ ତାଙ୍କ ବାସଭବନକୁ ଅଣାଯାଇଥିଲା । ପରେ ପରେ ସେବାୟତଙ୍କ ନୀତି ଅନୁଯାୟୀ ସାକ୍ଷୀଗୋପିନାଥଙ୍କ ରୋଷଘରୁ ଅଜ୍ନି ସଂଗ୍ରହ କରାଯିବା ପରେପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସତ୍କାର କରିବା ପାଇଁ ନିଆଯାଇଥିଲା । ସେଠାରେ ତାଙ୍କର ଏକ ମାତ୍ର ପୁତ୍ର ବିଜୟ ( ନାରଣ ) ମହାପାତ୍ର ମୁଖାଗ୍ନି ଦେଇଥିଲେ । ଶେଷ ସମୟରେ ଝିଅ, ଜୋଇଁ, ନାତି ନାତୁଣୀ, ପୁତ୍ରବଧୂ, ଭାଇ, ବନ୍ଧୁ ପରିବାରବର୍ଗ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୪---୭,୧୦ Sakhigopal News, 15/1/2024