ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ' ରକ୍ତଦାନ ଶିବିର
ଭଞ୍ଜନଗର-- ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ବିଦ୍ୟାଳୟ ପରିସରରେ ଉତ୍କଳ ଜନନୀର ଦୁଇ କ୍ରାନ୍ତୀ ବୀରପୁତ୍ର ତଥା‐ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହିଙ୍କ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମ୍ବାଦ ବିଭାଗର ଜିଲ୍ଲା ପ୍ରତିନିଧି ଶ୍ରୀ ବିଶ୍ବମ୍ବର ଜେନାଙ୍କ ଶ୍ରୀକର କମଳରେ ଦୀପ ପ୍ରଜ୍ଜ୍ବଳନ କରିଥିଲେ । ବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଶିକ୍ଷକ ଶ୍ରୀ ବିଶ୍ବନାଥ ପାଣିଗ୍ରାହୀ ନେତାଜୀଙ୍କ ଦେଶ ପ୍ରତିରହିଥିବା ଭକ୍ତିଭାବ କାର୍ଯ୍ୟଧାରା ସବୁକିଛି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବ ପ୍ରାଥମିକ ଶ୍ରେଣୀର ଶିକ୍ଷୟିତ୍ରୀ ସୁଶ୍ରୀ ଲିଜା କୁମାରୀ ଗୌଡ଼ ଯୋଦ୍ଧା ବୀରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ସମ୍ବନ୍ଧରେ ମୂଲ୍ୟବାନ୍ ତଥ୍ୟାବଳୀ ପ୍ରଦାନ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ । ଏହି କାର୍ଯ୍ୟକ୍ରମର ଶେଷରେ ସୁଶ୍ରୀ ମୀରାରାଣୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ ରଖିଥିଲେ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସର୍ବାଙ୍ଗସୁନ୍ଦର ହୋଇପାରିଥିଲା । ତତସହିତ ବିଦ୍ୟାଳୟରେ ଅନ୍ୟ ଏକ ମହତ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ‐' ରକ୍ତଦାନ ଶିବିର ' । ଏହି ଶିବିରରେ ପାୟ ୪୦ ରୁ ଉର୍ଦ୍ଧ୍ବ ରକ୍ତ ପ୍ରଦାନକାରୀ ରକ୍ତ ପ୍ରଦାନ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧/୨୦୨୪----୮,୫୫ Sakhigopal News,23/1/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧/୨୦୨୪----୮,୫୫ Sakhigopal News,23/1/2024