Breaking News

ବାଇକ୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ



ଭଞ୍ଜନଗର - ବାଇକ୍ ରେ ଗଞ୍ଜେଇ ଚାଲାଣ ବେଳେ , ଭଂଜନଗର ପୋଲିସ ଗଞ୍ଜେଇ ସହ ବାଇକ୍ କୁ ଜବତ କରିବା ସହ ଜଣକୁ ଗିରଫ କରିଛି । ସଂପୃକ୍ତ ଯୁବକ ଜଣକ ଆସିକା ଥାନା ଅନ୍ତର୍ଗତ ଘଟକୁରୀ ଗାଁ ର  କାହ୍ନୁ ଚରଣ ନାହାକ ବୋଲି ଜଣାପଡ଼ିଛି । ପୋଲିସ ସୂତ୍ରରୁ ଦିଆଯାଇଥିବା  ସୂଚନା ପ୍ରକାରେ  ମୁଜାଗଡ ରାସ୍ତା ଦେଇ ଭଂଜନଗର ଅଭିମୁଖେ ଏକ ବାଇକ୍ ଦୃତ ଗତିରେ ଆସୁଥିଲା ।   ନିଧିଆପଲ୍ଲୀ ନିକଟରେ ପେଟ୍ରୋଲିଂ କରୁଥିବା ଏସଆଇ  କେଶବ ଷଡ଼ଙ୍ଗୀ  ଏବଂ ପୋଲିସ ଟିମ୍ , ଯାଞ୍ଚ କରିଥିଲେ  । ଘଟଣା ସ୍ଥଳରୁ ବାଇକ୍ ରେ ଥିବା , ୨୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଏବଂ ଅଭିଯୁକ୍ତ କାହ୍ନୁଚରଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।  ଥାନା କେଶ୍ ନଂ - ୩୬/୨୪ ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଥାନାଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧/୨୦୨୪---୮,୪୫ Sakhigopal News,18/1/2024

Blog Archive

Popular Posts